Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନାମ ପରିବର୍ତ୍ତନ କରି ଯୁବତୀଙ୍କୁ ପ୍ରତାରଣା ଓ ଅସଦାଚରଣ – ବିଲଡର ଗିରଫ

4/01/2020 at 4:35 PM

ଭୁବନେଶ୍ୱର ୦୪।୦୧ – ଯୁବତୀଙ୍କୁ ଅସଦାଚରଣ କରି ବିଲଡର ଗିରଫ । ଗିରଫ ବିଲଡର ଶ୍ୟାମସୁନ୍ଦର  ସେଠୀ । ନିଜ ନାଁକୁ ଲୁଚାଇ ଶ୍ୟାମସୁନ୍ଦର ନିଜକୁ ଅଶୋକ ପ୍ରଧାନ ନାଁରେ ପରିଚୟ ଶ଼ଷ୍ଟି କରିଥିଲା । ତେବେ ଶ୍ୟାମସୁନ୍ଦର କାହିଁକି ତାର ନାଁ ବଦଳାଇ ଏଠାରେ ରହିଥିଲା ତାର ମଧ୍ୟ ଖୋଳତାଡ କରୁଛି ଖଣ୍ଡଗିରି ପୋଲିସ ।

ଅସଦାଚରଣ କରି ବିଲଡର ଗିରଫ । ଗିରଫ ବିଲଡର ଶ୍ୟାମସୁନ୍ଦର ଶେଠୀ । ଖଣ୍ଡଗିରି ମଲିକ କମ୍ପ୍ଲେକ୍ସର ଲେନ ତିନିରେ ବିଲଡର ଅଫିସ ଖୋଲି ଜମି କିଣା ବିକା କାର୍ଯ୍ୟ କରୁଥିଲେ ଶ୍ୟାମ । ଗତ ବୁଧବାର ନିଜ ଅଫିସ କର୍ମଚାରୀ ମାନଙ୍କୁ ନୁଆବର୍ଷ ପାଳନ କରିବାକୁ ଡାକି ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିଲେ । ଏପରିକି ଯୁବତୀଙ୍କୁ ମଦ୍ୟପାନ କରି ନିଜର ହବସର ଶିକାର କରିବାକୁ ଚେଷ୍ଟା କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ କମିସନରେଟ ପୋଲିସ  ଅଭିଯୁକ୍ତ ବିଲଡରକୁ ଗିରଫ କରିଛି ।

ଅନ୍ୟପଟେ ବିଲଡର ଶ୍ୟାମସୁନ୍ଦରକୁ ଗିରଫ କରିବାପରେ ତାର ପ୍ରକ଼ତ ପରିଚୟ ବାହାର କରିପାରିଛି । ଶ୍ୟାମ ସୁନ୍ଦର ତାର ଅଫିସ ଓ ଅନ୍ୟମାନଙ୍କ ଆଗରେ ତାର ନାଁ ଅଶୋକ ପ୍ରଧାନ ବୋଲି ପରିଚୟ ଦେଇ ଆସୁଥିଲା । ହେଲେ ପୋଲିସ ତାର ଫଟୋ ପରିଚୟ ପତ୍ର ଓ ଆଧାର କାର୍ଡ ଜାଞ୍ଚ ବେଳେ ତାର ପ୍ରକ଼ନାଁ ଶ୍ୟାମ ସୁନ୍ଦର ସେଠୀ ବୋଲି ଜାଣିବାକୁ ପାଇଥିଲା ।

ତେବେ କାହିଁକି ଓ କେଉଁ କାରଣରୁ ଶ୍ୟାମସୁନ୍ଦର ତାର ନାଁକୁ ଗୋପନ ରଖି ନକଲି ପରିଚୟ ଦେଇ ଚଳି ଆସୁଥିଲା । ଅନ୍ୟ ସ୍ଥାନରେ କୌଣସି ଅପରାଧ କରି ଶ୍ୟାମ ସୁନ୍ଦର ନିଜର ପରିଚୟ ଲୁଚାଇ ନଥିଲା ତ । ଯାହାର ତଦନ୍ତ ହେବା ନିହାତି ଆବଶ୍ୟକ ।

   Related Posts