ନିଜ ଅପହରଣ ନାଟକ ନିଜେ ରଚିଥିଲେ ବିଲ୍ଡର, ଘରକୁ ଧମକପୂର୍ଣ୍ଣ ଚିଠି ପଠାଇ ମାଗୁଥିଲେ ୨୫ ଲକ୍ଷ ଟଙ୍କା

Published By : Prameya-News7 Bureau | January 09, 2021 IST

ନୂଆଦିଲ୍ଲୀ,୦୯/୦୧: ରାଜଧାନୀ ଦିଲ୍ଲୀର ପ୍ରିତ ବିହାରରେ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣା ଅନୁସାରେ, ଦିଲ୍ଲୀର ଜଣେ ବିଲ୍ଡର କୋରିୟର ସାହାଯ୍ୟରେ ଧମକପୂର୍ଣ୍ଣ ଚିଠି ନିଜ ଘରକୁ ପଠାଇ ୨୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏହାକୁ ନେଇ ଥାନାରେ ଏକ ମାମଲା ହୋଇଥିଲା । ପୋଲିସ୍ ଏକ କେସ୍ ରୁଜୁ କରି ଏହାର ତଦନ୍ତ କରିଥିଲା। କିନ୍ତୁ ଯେତେବେଳେ ପୋଲିସ୍ ଅଭିଯୋଗକାରୀଙ୍କ ଫୋନ୍ ଡିଟେଲ୍ ଯାଞ୍ଚ କଲା ସେତେବେଳେ ଘଟଣା କିଛି ଅଲଗା ହୋଇଥିବା ଜାଣିବାକୁ ପାଇଥିଲା।

ପୋଲିସ୍ ଅଭିଯୋଗକାରୀଙ୍କ ସମ୍ପର୍କୀୟ  ଅଶୋକ ଯାଦବକୁ ଗିରଫ କରି ନେଇଥିଲା । ସେ ଏହି ନାଟକ ବିଲ୍ଡର ନିଜେ ରଚିଥିବା କହିଥିଲା । ପୋଲିସ ମଧ୍ୟ ବିଲ୍ଡର ଗୌରବ ଜେନଙ୍କୁ ଗିରଫ କରିଥିଲା। ପୋଲିସର କହିବା ମୁତାବକ, ଗୌରବ ପୋଲିସ ସୁରକ୍ଷା ପାଇବା ପାଇଁ ଏବଂ ଋଣ ଦେୟରୁ ବଞ୍ଚିବା ପାଇଁ ଏପରି ମିଛ ନାଟକ ରଚିଥିବା ଠିକାଦାର ଅଶୋକ ଯାଦବ କହିଥିଲା । ଡିସେମ୍ୱର ୨୯ ତାରିଖରେ ଏହି ମାମଲା ପ୍ରିତ ବିହାର ଥାନାରେ ଗୌରବ ଦେଇଥିବା କହିଛନ୍ତି ଦିଲ୍ଲୀ ପୋଲିସ ଡିଏସପି ଦୀପକ ଯାଦବ ।

ପୋଲିସ ଯେତେବେଳେ ଗୌରବଙ୍କ କଲ୍ ଡିଟେଲ୍ ଯାଞ୍ଚ କରିଥିଲା ସେତେବେଳେ ସେ ଅଶୋକଙ୍କ ସହ ନିୟମିତ କଥା ହେଉଥିବା ଜାଣିବାକୁ ପାଇଥିଲା । ପୋଲିସ ଅଶୋକଙ୍କୁ ଜେରା କରିବାରୁ ସେ ସତ କଥା ସବୁ ମାନି ନେଇଥିଲା । ୨୫ ଲକ୍ଷର ଦାବି ସେ ନୁହେଁ ବିଲ୍ଡର ହିଁ କରିଥିବା ସେ କହିଥିଲା। ଗୌରବ ତାଙ୍କୁ ଏକ ବଡ଼ କୋଠାର ନିର୍ମାଣ ପାଇଁ ଠିକା ଦେବାର ପ୍ରଲୋଭନ ଦେଖାଇଥିବା ସେ କହିଥିଲା । ଏହାପରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.