BDA ଜମିରେ ଗୃହ କରିନଥିଲେ, କରାଯିବ ଫାଇନ୍, ରଦ୍ଦହୋଇପାରେ ଆଲଟମେଣ୍ଟ

Published By : Prameya-News7 Bureau | July 08, 2021 IST

ଭୁବନେଶ୍ୱର ୮।୭: ଯେଉଁମାନେ ଭୁବନେଶ୍ୱର ବିକାଶ କର୍ତ୍ତୃପକ୍ଷ (ବିଡିଏ) ଙ୍କ ଦ୍ୱାରା ଆଲମେଣ୍ଟ ପ୍ଲଟ ଅଥବା କୋର ହାଉସକୁ ୫ ବର୍ଷରୁ ଊର୍ଦ୍ଧ୍ୱକାଳ ହେଲା ଉପଯୋଗ କରିନାହାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଏପରିକି ଆବଶ୍ୟକ ସ୍ଥଳେ ସେମାନଙ୍କ ଆଲଟମେଣ୍ଟ ରଦ୍ଦ ମଧ୍ୟ କରାଯାଇପାରେ। ବିଡିଏ ଗୁରୁବାର ଏହି ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଜାରି ଏକ ନୋଟିସ୍‌ରେ କର୍ତ୍ତୃପକ୍ଷ ଏ ନେଇ ବାରମ୍ବାର ସୂଚିତ କରୁଥିଲେ ମଧ୍ୟ ଆଲଟମେଣ୍ଟ ପାଇଥିବା ଲୋକେ ଏଥିପ୍ରତି ଗୁରୁତ୍ୱ ଦେଉନଥିବା କୁହାଯାଇଛି। ଏଣୁ କର୍ତ୍ତୃପକ୍ଷ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

{"id":477639,"width":838,"height":570,"sizeSlug":"large","linkDestination":"none"}

ନୋଟିସରେ ଅନେକ ଆଲଟି ଏପର୍ଯ୍ୟନ୍ତ ପାଇଥିବା କୋର ହାଉସ ଅଥବା ଜମିରେ କାମ ଆରମ୍ଭ କରିନଥିବା ଦେଖା ଯାଇଥିବା ବେଳେ ଆଉ କେତେକ ଲୋକଦେଖାଣିଆ ନିର୍ମାଣ କାର୍ଯ୍ୟ କରିଥିବା କର୍ତ୍ତୃପକ୍ଷ ସୂଚିତ କରିଛନ୍ତି। ଏଣୁ ଆବାସ ଲାଗି ପାଇଥିବା ଗୃହ ଓ ଭୂମିକୁ ତୁରନ୍ତ ଉପଯୋଗ କରିବା ନିମନ୍ତେ କର୍ତ୍ତୃପକ୍ଷ ୨୦୧୨ ମସିହାରୁ ବିଭିନ୍ନ ମାଧ୍ୟମରେ ଓ ବିଜ୍ଞାପନ ଜରିଆରେ ବାରମ୍ବାର ସୂଚିତ କରିଆସୁଛନ୍ତି। କେତେକ କ୍ଷେତ୍ରରେ ଆବାସ ନିମନ୍ତେ ଆଲଟି ପାଇଥିବା ଭୂମିକୁ ଉଚ୍ଚମୂଲ୍ୟରେ ବିକ୍ରୟ ଲାଗି ଅପେକ୍ଷା କରିଥିବା ମଧ୍ୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଛି। ଯାହା ଏଥିଲାଗି ମୂଳ ଯୋଜନାର ଖୋଲା ଉଲ୍ଲଂଘନ ବୋଲି ଏବେ ବିଚାର କରାଯାଉଥିବା କର୍ତ୍ତୃପକ୍ଷ ସୂଚିତ କରିଛନ୍ତି।

{"id":477640,"width":839,"height":629,"sizeSlug":"large","linkDestination":"none"}

ବିଡିଏଙ୍କ ୧୩୯ତମ ବୈଠକରେ ଏ ନେଇ ଗହନ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ହାଉସିଂ ଓ ପ୍ଲଟେଡ ଯୋଜନାରେ ମୁକ୍ତ ଜମି ଅଥବା କୋର ହାଉସ୍ ପାଇଥିବା ଲୋକଙ୍କୁ ୩୧ମାର୍ଚ୍ଚ ୨୦୨୨ ସୁଧା ସେମାନଙ୍କ ଘରର ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ନିଷ୍ପତ୍ତି ହୋଇଛି। ଅନ୍ୟଥା ସେମାନଙ୍କୁ ଏନଓସି ନଦେବା ସହ ହୋଇଥିବା ଲିଜ୍‌ ଡିଡ୍ ଅଗ୍ରାହ୍ୟ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ବିଡିଏ ସାଧାରଣ ସମ୍ପାଦକ କବିନ୍ଦ୍ର କୁମାର ସାହୁ ଏହାକୁ କର୍ତ୍ତୃପକ୍ଷଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ସୂଚିତ କରିଥିବା ବେଳେ ଯେଉଁମାନେ ଏହି ସମୟ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରନ୍ତି ଆଇନର ପ୍ରାବଧାନ ଅନୁସାରେ ସେମାନଙ୍କୁ ଜରିମନା କରାଯିବା ସହ ଆବଶ୍ୟକ ପଡିଲେ ଆଲଟମେଣ୍ଟ ଖାରଜ କରିଦିଆଯିବ ବୋଲି ସତର୍କ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.