Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

୪ ଟି ଡ୍ରଗ୍ ନିର୍ମାତାଙ୍କ ସେୟାରରେ ପୁଞ୍ଜି ନିବେଶ ଆରମ୍ଭ କଲା ବଫେଟଙ୍କ ବର୍କଶାୟର୍ ହାଥୱେ ଇଙ୍କ୍

17/11/2020 at 10:14 PM

ନୂଆଦିଲ୍ଲୀ ୧୭/୧୧ : ୱାରେନ୍ ବଫେଟଙ୍କ ବର୍କଶାୟର୍ ହାଥୱେ ଇଙ୍କ୍ ଚାରିଟି ବଡ ଡ୍ରଗ୍ ନିର୍ମାତାଙ୍କ ଷ୍ଟକରେ ପୁଞ୍ଜି ବିନିଯୋଗ କରିବା ଆରମ୍ଭ କରିଛି । ତେଣୁ ଏଭଳି ଉଦ୍ୟୋଗରେ ନିବେଶ କରିବା ଦ୍ବାରା ସାରା ବିଶ୍ବକୁ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବେଶ ସହାୟକ ହେବ । ଷ୍ଟକ୍ ହୋଲଡର ମାନଙ୍କର ବିସ୍ତୃତ ବିବରଣୀ ଅନୁଯାୟୀ ବର୍କଶାୟର୍ ମୋଟ ୫.୭ ବିଲିୟନ ଡଲାର ନିବେଶ କରିଛି । ଯେଉଁଥିରେ ଏଓ୍ବିବି ଇଙ୍କ, ବ୍ରିଷ୍ଟଲ୍-ମାୟର୍ସ ସ୍କ୍ୱିବ୍ କୋ ଏବଂ ମର୍କ୍କ ଆଣ୍ଡ କୋରେ ୧.୮ ବିଲିୟନ ଡଲାର ନିବେଶ କରିଥିବା ବେଳେ ଫାଇଜରରେ ୧୩୬ ମିଲିୟନ ଡଲାର ନିବେଶ କରିଛି ୱାରେନ୍ ବଫେଟଙ୍କ ବର୍କଶାୟର୍ ହାଥୱେ ଇଙ୍କ୍ ।

ବଫେଟଙ୍କ ପୋର୍ଟଫୋଲିଓ ମ୍ୟାନେଜର୍ ଟଡ୍ କମ୍ବିସ୍ ଏବଂ ଟେଡ୍ ୱେସଲର ବିଭିନ୍ନ ଷ୍ଟକ ସେୟାରରେ ଦେଖାଶୁଣା କରୁଥିବା ବେଳେ ବଫେଟ ନିଜେ ୨୪୫.୩ ବିଲିୟନ ଡଲାର ବର୍କଶାୟର୍ ଷ୍ଟକ ପୋର୍ଟଫୋଲିଓକୁ ନିଜେ ଦେଖାଶୁଣା କରନ୍ତି । ବର୍କଶାୟର୍ ଷ୍ଟକ୍ ମାଲିକ ଥିବା ପିଟସବର୍ଗର ହେନେରୀ ଏଚ୍ ଆର୍ମଷ୍ଟ୍ରଙ୍ଗ ଆଣ୍ଡ ଆସୋସିଏଟ୍ସର ସଭାପତି ଜେମ୍ସ ଆର୍ମଷ୍ଟ୍ରଙ୍ଗ କହିଛନ୍ତି ଯେ କରୋନା ମହାମାରୀ ଆମକୁ ସ୍ୱାସ୍ଥ୍ୟସେବା ବିଷୟରେ ଭିନ୍ନ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ବଡ ବଡ ଔଷଧ କମ୍ପାନୀଗୁଡିକ ଛୋଟ କମ୍ପାନୀ ଗୁଡିକ ସହିତ ଅଂଶୀଦାର ହୋଇଥିବାରୁ ଏହି କ୍ଷେତ୍ର ଅଧିକ ସୁଧାର ଆସିପାରିଛି ବୋଲି ଆର୍ମଷ୍ଟ୍ରଙ୍ଗ କହିଛନ୍ତି।

ଏପ୍ରିଲ ମାସରେ ବଫେଟ ବର୍କସାୟାରର ଏୟାରଲାଇନ୍ସ ହୋଲଡିଂ ବିକ୍ରି କରିଦେଇଥିଲେ । ଏହାର କାରଣ କହିଥିଲେ ଯେ, ମହାମାରୀ ଶିଳ୍ପକୁ ବଦଳାଇ ଦେଇଛି ଏବଂ ଏହାର ଦୃଷ୍ଟିକୋଣ ଅନିଶ୍ଚିତ କରିଛି । କେବଳ ସେତିକି ନୁହେଁ ବର୍କସାୟାର ଜିଓ କାର୍ ଇନସୁରାନ୍ସ, ବିଏନ୍ଏସ୍ଏଫ୍ ରେଲୱେ ଏବଂ ଡେରି କୁଇନ୍ ଆଇସ୍କ୍ରିମ୍  ଭଳି ପ୍ରାୟ ୯୦ଟି ଅପରେଟିଂ ୟୁନିଟରେ ତାର ଅଂଶଧନ ନିବେଶ କରିଛି ।

   Related Posts