ଥାନା ଆଗରେ ପୋଲିସକୁ ଭୁଷିଲା ମଇଁଷି : ଗଡ଼େଇ ତଡେଇ ଖାକିବାବୁଙ୍କୁ କଲା ଘାଇଲା, ଭିଡିଓ ଭାଇରାଲ…

Published By : Prameya-News7 Bureau | September 02, 2020 IST

ନୂଆଦିଲ୍ଲୀ ୦୨।୦୯: ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ମଇଁଷି ଉତ୍ପାତ ମଚାଇଥିବାର ଦେଖିବାକୁ ମିଳିଛି ।  ମଇଁଷି ଟିଏ ଜଣେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି। ଏପରିକି ପୁରା ଅଞ୍ଚଳରେ ମଇଁଷି ତାଣ୍ଡବ ଖେଳାଇଥିଲା । ଉତ୍ତରପ୍ରଦେଶ  ସମ୍ବଲ ଜିଲ୍ଲା କୋତବାଲୀର ଭିଡିଓ ବୋଲି ଚର୍ଚ୍ଚା ହେଉଛି ।

{"id":323983,"height":389,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୋଲିସ କର୍ମଚାରୀ ଜଣଙ୍କ ବାଇକରେ କୋତବାଲୀ ଯାଉଥିବା ବେଳେ ଉତ୍ପାତିଆ ମଇଁଷିଟି ଆସି ସମ୍ମୁଖରେ ଛିଡା ହୋଇଇଯାଇଥିଲା । ଏପରିକି ବ୍ୟକ୍ତିଜଣଙ୍କୁ ବାଇକକୁ ଠେଲା ମାରି ତଳେ ପକାଇଦେଇଥିଲା ।

wp:html /wp:html

ବ୍ୟକ୍ତିଜଣଙ୍କ ସେଠାରୁ ଖସିଯିବାକୁ ବହୁ ଉଦ୍ୟମ କରିଥିଲେ, କିନ୍ତୁ ଉତ୍ପାତିଆ ମଇଁଷିଟି କୌଣସି ମତେ ବାଟ ଛାଡିନଥିଲା । ମଇଁଷିଟି ନିଜ ମୁଣ୍ଡରେ ସାହାଯ୍ୟରେ ବ୍ୟକ୍ତିଜଣଙ୍କୁ ଫୁଟବଲ ପରି ତଳେ ପକାଇଦେଇଥିଲା, ଏବଂ ବାରମ୍ବାର ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲା ।

{"id":323985,"width":564,"height":354,"sizeSlug":"large"}

ତେବେ ଉତ୍ପାତିଆ ମଇଁଷିର ଏପରି ରୂପ ଦେଖି , ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ପୋଲିସ ଅଧିକାରୀ ନିଜ ଜୀବନ ବଞ୍ଚାଇବାକୁ ଲୁଚିଥିଲେ । ତେବେ ଅଧ ଘଣ୍ଟା ଧରି ଚାଲିଥିବା ଉତ୍ପାତିଆ ମଇଁଷିର ଡ୍ରାମାରେ ଅନ୍ତ ପଡିଲା । ବହୁ ଚେଷ୍ଟା ପରେ ପୋଲିସ କର୍ମୀମାନେ ସାହସ କରି ମଇଁଷିକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ । ଏପରିକି ଲାଠିରେ ମଧ୍ୟ ଆକ୍ରମଣ କରିଥିଲେ । ଶେଷରେ ଘଟଣାସ୍ଥଳରୁ ମଇଁଷିଟି ଚାଲିଯାଇଥିଲା । ଯାହାଫଳରେ ପୋଲିସ କର୍ମଚାରୀ ଜଣଙ୍କ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.