ଗାଧୋଇବା ବେଳେ ଖସିଗଲା ଗୋଡ଼, ହାତ ଧରାଧରି ହୋଇ ବୁଡିଗଲେ ୨ଭଉଣୀ

Published By : Prameya-News7 Bureau | October 21, 2020 IST

ଖଲ୍ଲିକୋଟ ୨୧।୧୦: ଗଞ୍ଜାମ ଜିଲ୍ଲାଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରିରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।

ଖବର ଅନୁଯାୟୀ, ଆଜି ୨ ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଉଥିଲେ । ତେବେ ପୋଖରୀରେ ଗାଧୋଇବା ସମୟରେ ୨ ଭଉଣୀ ବୁଡିଯାଇଥିଲା । ତେବେ ପାଣିରେ ବୁଡୁଥିବାର ଦେଖି ସ୍ଥାନୀୟଲୋକ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ୨ ଭଉଣୀଙ୍କ ମୃତ୍ୟୁ ହୋଇସାରିଛି । ମୃତ ଦୁଇ ଭଉଣୀ ହେଲେ ତୁଳସୀପୁର ଗାଁର ସୁରେଶ ପାହାନଙ୍କ ୮ ବର୍ଷର ଝିଅ ଖୁସି ପାହାନ ଓ ୧୦ ବର୍ଷୀୟ ପୂଜା ପାହାନ ବୋଲି ଜଣାପଡିଛି । ମୃତ୍ୟୁର ଖବର ରେ ପରିବାରରେ ଶୋକର ମାହୋଲ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.