Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଆରମ୍ଭ ହେଲା ବୁଢୀ ଠାକୁରାଣୀ ଯାତ୍ରା: ୧୪୪ ଧାରାରେ ବାପ ଘରକୁ ଗଲେ ମାଆ, ଆଜି ବିଶ୍ରାମ, କାଲି ରାଜବାଟି ପରିକ୍ରମା

10/04/2021 at 8:39 AM

ବ୍ରହ୍ମପୁର ୧୦/୪: ବାପା ଘରେ ମାଆ ସାଆନ୍ତାଣୀ । କଡା କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଛି ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଅସ୍ଥାୟୀ ପୀଠରେ ମାଆ ଆଜି ବିଶ୍ରାମ ନେବା ପରେ ଆସନ୍ତା କାଲି ପରିକ୍ରମା କରିବେ ରାଜବାଟି । ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ଯାତ୍ରା ପାଇଁ  ୭ ଦିନିଆ ଅନୁମତି ଦିଆଯାଇଛି।

ବାଜା ବାଜଣା ତୁରୀ ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ବାପା ଘରେ ଖୁସିର ମାହୋଲ୍ । ଦେଶିବେହେରା ସାହି ଚଳ ଚଞ୍ଚଳ । ଦେଶିବେହେରାଙ୍କ ସମେତ ଅଞ୍ଚଳବାସୀ ଏକ ପଟୁଆରରେ ବାହାରି ମାଆ ବୁଢୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମାଆଙ୍କ ମଥାରୁ ଚାଙ୍ଗୁଡିରେ  ଆଞାମାଳ ପାଇବା ପରେ ଦେଶିବେହେରାଙ୍କ ସ୍ତ୍ରୀ ଜାନକୀ  ମାଆ ସାଆନ୍ତାଣୀଙ୍କୁ ମୁଣ୍ଡରେ ଧରି ବାପା ଘରକୁ ଅର୍ଥାତ୍ ଅସ୍ଥାୟୀ ମଣ୍ଡପକୁ ଆଣି ସ୍ଥାପନ କରାଯାଇଥିବା କହିଛନ୍ତି ବାପା ପି ଦୁର୍ଗା ପ୍ରସାଦ ଦେଶିବେହେରା । ଆଜି ମାଆ ବିଶ୍ରାମ ନେବା ପରେ ଆସନ୍ତା କାଲି ରାଜବାଟି ପରିକ୍ରମା କରିବା କାର୍ଯ୍ଯକ୍ରମ ରହିଥିବା କହିଛନ୍ତି ଦେଶିବେହେରା । ମାଆ ଆସିବା ପୂର୍ବରୁ ଚାରିଦିଗକୁ ବନ୍ଧନ କରାଯାଇଥିବା କହିଛନ୍ତି ଝାମି ପୂଜକ। ସେପଟେ କୋରନାର ଦ୍ବିତୀୟ ପ୍ରଭାବକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ୧୦ ପ୍ଳାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତ ରାୟ ।

   Related Posts