ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା, ଅଧିକ ଗହଳି ହେଲେ ଜାରି ହେବ ୧୪୪ ଧାରା

Published By : Prameya-News7 Bureau | April 09, 2021 IST

ବ୍ରହ୍ମପୁର, ୦୯/୦୪: ଶୁକ୍ରବାରଠୁ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହେବ। ଶାଶୁ ଘରୁ ବାପା ଘରକୁ ଆସିବେ ମାଆ ସାଆନ୍ତାଣୀ । ମଧ୍ୟରାତ୍ରିରେ ମାଆଙ୍କ ଆଗମନ ନେଇ ଲଗ୍ନ ସ୍ଥିର ହୋଇଛି । ମାଆଙ୍କ ଆଗମନ ପାଇଁ ଦେଶୀବେହେରା ସାହିରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଅସ୍ଥାୟୀ ମଣ୍ଡପରେ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

କୋଭିଡ୍ କଟକଣା ଯୋଗୁ ଚଳିତ ବର୍ଷ ୭ ଦିନ ଯାତ୍ରା ପାଇଁ ଅନୁମତି ମିଳିଛି । ମାଆଙ୍କ ଅସ୍ଥାୟୀ ପୀଠରେ ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳିବ । ଅଧିକ ଗହଳି ହେଲେ ୧୪୪ ଧାରା ଜାରି କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର । ତେବେ ଜିଲ୍ଲା ପ୍ରଶାସନର କୋଭିଡ୍ ନିୟମ ମାନି ଯାତ୍ରା କରାଯିବ ବୋଲି ଯାତ୍ରା ଆୟୋଜକ ପି. ଦୁର୍ଗା ପ୍ରସାଦ ଦେଶିବେହେରା କହିଛନ୍ତି। ପରମ୍ପରା ଅନୁସାରେ ଦୁଇ ବର୍ଷକୁ ଥରେ ମାଆ ବୁଢୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। ମାଆଙ୍କ ଆଗମନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଭକ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.