ସରି ସରି ଆସୁଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା : ଶେଷ ବେଳକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

Published By : Prameya-News7 Bureau | April 28, 2019 IST

ଗଞ୍ଜାମ ୨୮/୪: ପ୍ରସିଦ୍ଧ ବୁଢ଼ି ଠାକୁରାଣୀ ଯାତ୍ରା । ଆଉ ଦିନକ ପରେ ଉଦଯାପିତ ହେବ ମାଆଙ୍କ ଯାତ୍ରା । ଦେଶୀ ବେହେରା ସାହି ବାପ ଘରୁ ଶାଶୂ ଘରକୁ ବିଜେ କରିବେ ମାଆ ବୁଢ଼ି ଠାକୁରାଣୀ । ମାଆଙ୍କ ବିଦାୟ ସମୟ ଆସୁଥିବାରୁ ଏବେ ମାଆଙ୍କ ଅସ୍ଥାୟୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ ଜମୁଛି । ସେପଟେ ମୀନା ବଜାର ଓ ଦୋଳିର ମଜା ଉଠାଉଛନ୍ତି ଲୋକେ । ସନ୍ଧ୍ୟାରେ ପରିବାର ସହିତ ମାଆଙ୍କ ଦର୍ଶନ କରିବା ସହିତ ମେଳା ବୁଲିବାର ମଜା ନେଉଛନ୍ତି ଜନସାଧାରଣ ।

{"id":108228,"width":594,"height":485}

ତେବେ ସହରର କିଛି ସ୍ଥାନରେ ବିନା ଅନୁମତିରେ ମୀନାବଜାର ଆଦି ଖୋଲିଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ସେହିପରି ମେଳା ସରି ଆସୁଥିବାରୁ ବିଭିନ୍ନ ଦୋଳିରେ ପିଲାଙ୍କ ଭିଡ଼ ଜମୁଛି । ସୁରକ୍ଷାକୁ ନଜର ଆନ୍ଦାଜ କରି ନିର୍ଦ୍ଧାରୀତ ସଂଖ୍ୟାଠାରୁ ଅଧିକ ଲୋକଙ୍କୁ ଦୋଳିରେ ବସାଉଥିବାରୁ ଦୁର୍ଘଟଣା ଆଶଙ୍କା ମଧ୍ୟ କରିଛନ୍ତି ବୁଦ୍ଧିଜୀବୀ ।

{"id":108229,"width":594,"height":485}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.