Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା, ୧୧ ଦିନର ରହଣି ପରେ ବାପା ଘରୁ ଶାଶୁ ଘରକୁ ଫେରିଲେ ମାଆ

20/04/2021 at 7:52 AM

ବ୍ରହ୍ମପୁର ୨୦।୦୪ : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା । ବାପା ଘରେ ୧୧ ଦିନର ରହଣି ପରେ ଶାଶୁ ଘରକୁ ଫେରିଛନ୍ତି ମାଆ ସାଆନ୍ତାଣୀ । ଚଳିତ ଥର ନିଆରା ଯାତ୍ରା ଦେଖିବାକୁ ମିଳିଥିଲା । ଏବର୍ଷ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ପାରମ୍ପାରିକ ରୀତିନୀତିରେ ବାପା ଘରୁ ବିଦାୟ ନେଇଛନ୍ତି ମାଆ । ଏକ ପଟୁଆରରେ ମାଆଙ୍କୁ ବିଦାୟ ଦେଇଛନ୍ତି ବାପା । ନିୟମ ଅନୁସାରେ ମାଆଙ୍କ ବିଦାୟ ବେଳେ ସାଥିରେ ଯୌତୁକ ଭାର ଯାଇଥାଏ । ସେହି ପରମ୍ପରାକୁ ବଜାୟ ରଖି ମାଙ୍କ ସାଥିରେ ଯୌତୁକ ମଧ୍ୟ ପଠାଯାଇଥିଲା। ମାଆ ରାଜ ଦର୍ଶନ କରିଥିବାରୁ ବହୁତ ଖୁସି ଥିବା କହିଛନ୍ତି ମହୁରୀ ରାଜା ।

ବିଧି ଅନୁସାରେ ଶହସ୍ରାଧିକ ମାନସିକଧାରୀ ଘଟ ଯାତ୍ରା ହେବା ପରମ୍ପରା ଥିବା ବେଳେ କୋଭିଡ୍ କଟକଣା ଯୋଗୁଁ ଚଳିତ ଥର ଘଟ ଯାତ୍ରା ବନ୍ଦ ରଖାଯାଇଥିଲା । ରୀତିନୀତି ଅନୁସାରେ ମୁଖ୍ୟ ଘଟ ସହ ଆଠଟି ପାର୍ଶ୍ବ ଘଟ ମାଆଙ୍କ ସହ ପରିକ୍ରମା କରିଥିଲେ । ୧୪୪ ଧାରା ଓ କଡା କଟକଣା ମଧ୍ୟରେ ମାଆ ସାଆନ୍ତାଣୀ ଶାଶୁ ଘରକୁ ଫେରିଛନ୍ତି । ନିୟମ ଅନୁସାରେ ମାଆ, ମାଉସିମା ଘର ଦର୍ଶନ କରି ଶାଶୁ ଘରକୁ ଫେରିଛନ୍ତି । ଯାତ୍ରା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ଯାପକ ପୁଲିସ୍ ମୁତୟନ କରାଯାଇଥିବା ବେଳେ ସୁରୁଖୁରୁରେ ଯାତ୍ରା ସଂପନ୍ନ ହୋଇଛି ।ମାଆଙ୍କ ଆଗମନ ପାଇଁ ପୁଣି ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିବ ।

   Related Posts