Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନାରେ ସଂକ୍ରମିତ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା: ହସ୍ପିଟାଲରେ ଭର୍ତ୍ତି ହେଲେ

25/05/2021 at 2:27 PM

କୋଲକାତା ୨୫/୫: କରୋନାରେ ସଂକ୍ରମିତ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଅବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକାରୀ କହିବା ମୁତାବକ, ଆଜି ସକାଳେ ତାଙ୍କର ଅମ୍ଳଜାନ ସ୍ତର ୯୦ ପ୍ରତିଶତରେ ପହଞ୍ଚି ଯାଇଥିଲା । ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବୁଦ୍ଧଦେବଙ୍କୁ ଭର୍ତ୍ତି କରାଯାଇଥିବା ଘରୋଇ ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଯେ ଭଟ୍ଟାଚାର୍ଯ୍ୟ ଘରେ ଅଲଗା ରହୁଥିଲେ । ତାଙ୍କର ‘ବାଇଲେଭଲ ପଜିଟିଭ ଏୟାରୱେ ପ୍ରେସର’ ଲଗାଯାଇଥିଲା । ଏହା ସତ୍ତ୍ୱେ ତାଙ୍କର ଅମ୍ଳଜାନ ସ୍ତର ୯୦ ହୋଇଗଲା । ତେଣୁ ଆମେ କୌଣସି ରିସ୍କ ନେବାକୁ ଚାହୁଁ ନାହୁଁ । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ୭୭ ବର୍ଷୀୟ ରାଜନେତାଙ୍କର ମଧ୍ୟ ‘କ୍ରୋନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ’ (COPD) ଥିଲା ।

ସେଥିପାଇଁ ଅନ୍ୟ ଡାକ୍ତରୀ ପରୀକ୍ଷା ବି ଜରୁରୀ ଥିଲା । ମେ ୧୮ତାରିଖରେ ଭଟ୍ଟାଚାର୍ଯ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଗତ ସପ୍ତାହରେ ତାଙ୍କ ପତ୍ନୀ ମିରା ଭଟ୍ଟାଚାର୍ଯ୍ୟ ମଧ୍ୟ ସଂକ୍ରମିତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସଂକ୍ରମଣରୁ ସୁସ୍ଥ ହେବା ପରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

   Related Posts