Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଜାଣନ୍ତୁ ବୁଢା ଗଣେଶ ଓ ଟୋକା ଗଣେଶଙ୍କ ପୂଜା ସ୍ଥାନ, ହିନ୍ଦୁ ଓ ମୁସଲମାନ ରହିଛନ୍ତି ପୂଜା କମିଟି ସଦସ୍ୟ

1/09/2019 at 4:49 PM

ଭଦ୍ରକ ୧।୯: ରାତି ପାହିଲେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା । ବିଘ୍ନ ବିନାଶକଙ୍କ ପୂଜା ପାଇଁ ଭଦ୍ରକରେ ଜୋରସୋର ଚାଲିଛି ପ୍ରସ୍ତୁତି । ସହରର ପୁରୁଣା ବଜାରରେ  ବୁଢ଼ା ଗଣେଶ ଏବଂ ଟୋକା ଗଣେଶ ପୂଜା ପାଇବେ । ସାଜସଜା କାମ ଜୋରସୋର ଚାଲିଛି ।

। ଚଳଚଞ୍ଚଳ ଭଦ୍ରକ ସହର ।ସାଜସଜା, ତୋରଣ, ଲାଇଟ୍ କାମ ଫୁଲ୍ ଦମରେ ଚାଲିଛି । ପୁରୁଣା ବଜାରରେ ପୂଜା ପାଆନ୍ତି ବୁଢ଼ା ଗଣେଶ ।ପ୍ରତି ବର୍ଷ ବିଘ୍ନ ବିନାଶକଙ୍କ ମୂର୍ତ୍ତି ଏକା ପରି ହୁଏ । ଉଚ୍ଚତାଠୁ ରଙ୍ଗ ସବୁ ସମାନ ।

ସବୁଠୁ ବଡ଼ କଥା ହେଲା  ଉଭୟ ହିନ୍ଦୁ ଏବଂ ମୁସଲମାନ ଏହି ପୂଜା କମିଟିର ସଦସ୍ୟ ଅଛନ୍ତି । ହଜାରେ ବର୍ଷରୁ ଅଧିକ ହେବ ଏଠାରେ ବୁଢ଼ା ଗଣେଶଙ୍କ ପୂଜା ଅନୁଷ୍ଠିତ ହେଉଛି । ମୋଗଲ ଶାସନ ଅମଳରେ ବି ଏଠାରେ ବୁଢ଼ା ଗଣେଶଙ୍କ ପୂଜା କରାଯାଉଥିଲା ।

ବୁଢା ଗଣେଶଙ୍କ ପରି ଏହି ପୁରୁଣା ବଜାରରେ ଟୋକା ଗଣେଶଙ୍କ ପୂଜା ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୯୭୦ରୁ ଚାଲିଛି ଟୋକା ଗଣେଶ ପୂଜା । ଏଠି ବି ସେହି ସମାନ ପରମ୍ପରା ।

ସମାନ ଆକୃତି ଆଉ ସମାନ ରଙ୍ଗରେ ଗଣପତି ବାବାଙ୍କ ମୃଣ୍ମୟ ମୂର୍ତ୍ତି ତିଆରି ହୋଇଥାଏ ।ଏଠିକାର ମୁଖ୍ୟ ଆକର୍ଷଣ ଚାନ୍ଦି ମେଢ଼ ।  ମାସେ କାଳ ପୂଜା ପାଇବା ପରେ ବୁଢ଼ା ଏବଂ ଟୋକା ଗଣେଶ। ମାସେ ପରେ ମୂର୍ତ୍ତି ବିସର୍ଜନ ହୋଇଥାଏ  ।

   Related Posts