Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ଆଜି ସରୁଛି ସଂସଦ ଅଧିବେଶନ ; ରାଜ୍ୟସଭାରେ ଆସିପାରିଲାନି ନାଗରିକତ୍ବ ସଂଶୋଧନ ବିଲ୍

13/02/2019 at 8:36 AM

ନୂଆଦିଲ୍ଲୀ ୧୩|୨: ଆଜି ସରୁଛି ସଂସଦ ଅଧିବେଶନ । ତେବେ ରାଜ୍ୟ ସଭାରେ ଆସିପାରିଲାନି ନାଗରିକତ୍ବ ସଂଶୋଧନ ବିଲ୍ । ତେଣୁ ବଢ଼ିପାରେ ରାଜ୍ୟସଭା ଅଧିବେଶନ ଅବଧି। ସଂସଦର ବଜେଟ୍  ଅଧିବେଶନର ଆଜି ଶେଷ ଦିଦ । ଗତକାଲି ରାଜ୍ୟସଭାରେ ସମାଜବାଦୀ ପାର୍ଟି ସଦସ୍ୟଙ୍କ ହୋ ହାଲ୍ଲା କାରଣରୁ ଗୃହ ମୁଲତବୀ ରଖାଯିବାରୁ ବହୁ ପ୍ରତୀକ୍ଷିତ ସିଟିଜେନସିପ୍  ଆମେଣ୍ଡମେଣ୍ଟ ବିଲ୍   ରାଜ୍ୟସଭାରେ ଆଗତ ହୋଇପାରିନାହିଁ।

ଅନ୍ୟପକ୍ଷରେ ଲୋକସଭାରେ ଫାଇନାନ୍ସ ବିଲ୍ ୨୦୧୯ ପାରିତ ହୋଇପାରିଥିବା ଜଣାଯାଇଛି। କଂଗ୍ରେସର ହଟ୍ଟଗୋଳ ପାଇଁ ଗତକାଲି ଲୋକସଭାରେ ସିଏଜି ରିପୋର୍ଟ ଆଗତ ହୋଇପାରିନାହିଁ। ଗୃହମନ୍ତ୍ରୀ ରାଜନାଥ ସିଂହ ଗତକାଲି ବହୁ ଚର୍ଚ୍ଚିତ ତଥା ବାଦ ବିବାଦ ଦେଇ ଗତି କରୁଥିବା ସିଟିଜେନସିପ୍  ସଂଶୋଧନ ବିଲ୍ ଆଣିବାର ଥିଲା।

ଅନ୍ୟପକ୍ଷରେ ସିଏଜି ଫାଇନାନ୍ସିଆଲ ଅଡିଟ୍ ରିପୋର୍ଟ ଗତକାଲି ଗୃହରେ ଆଗତ ହୋଇଥିଲା। କିନ୍ତୁ ସେଥିରେ ରାଫେଲ୍  ଡିଲ୍  ବାବଦରେ ଉଲ୍ଲେଖ ନଥିବା ଜଣାଯାଇଛି। ପୂର୍ବରୁ ସିଏଜି ରାଜୀବ ମହର୍ଷି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଫେଲ ଡିଲ୍  ସମ୍ପର୍କିତ ରିପୋର୍ଟ ଦାଖଲ କରିଥିଲେ। ବଜେଟ୍  ଅଧିବେଶନ ଆଜି ସରୁଥିବାରୁ ଗତକାଲି ଏହି ରିପୋର୍ଟ ଆଗତ ହେବାର ଥିଲା।

କିନ୍ତୁ ଏହା ଆଗତ ହେବା ପୂର୍ବରୁ ଏହାର ତଥ୍ୟ ଲିକ୍ ହୋଇଯାଇଛି ଦର୍ଶାଇ ଲୋକସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ସମେତ ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ହୋହଲ୍ଲା କରି ଏହାର ମିଳିତ ସଂସଦୀୟ କମିଟି ତଦନ୍ତ ଦାବି କରି ଗୃହତ୍ୟାଗ କରିଥିଲେ। ଯାହା ଆଜି  ସଂସଦର ଶେଷ ଦିନରେ  ଲୋକସଭାରେ ଆଗତ ହେବାର ଅଛି। ଅନ୍ୟପକ୍ଷରେ ସିଟିଜେନସିପ୍  ବିଲ୍  ପାରିତ କରିବାପାଇଁ ରାଜ୍ୟସଭାର ଅବଧି ବୃଦ୍ଧି ପାଇଁ ସରକାର ପ୍ରୟାସ କରିବାର ସମ୍ଭାବନା ରହିଛି ।

   Related Posts