Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାନୁଆରୀ ୩୧ରୁ ଆରମ୍ଭ ହେବ ପାର୍ଲାମେଣ୍ଟର ବଜେଟ୍‍ ଅଧିବେଶନ..

23/01/2020 at 12:04 PM

ନୂଆଦିଲ୍ଲୀ୧୬/୧: ପାର୍ଲାମେଣ୍ଟର ବଜେଟ୍‍ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ । ଏ ନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବଜେଟ୍‍ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍‍ ୩ ତାରିଖରେ ଶେଷ ହେବ ।

ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକ ଜାନୁଆରୀ ୩୧ରୁ ଫେବୃୟାର ୧୧ ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମାର୍ଚ୍ଚ ୨ ତାରିଖରୁ ଏପ୍ରିଲ୍‍ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରୀ ୩୧ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ପାର୍ଲାମେଣ୍ଟର କେନ୍ଦ୍ରୀୟ ପ୍ରକୋଷ୍ଠରେ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧଇବେଶନକୁ ସମ୍ବୋଧନ କରିବେ । ଫେବୃଆରୀ ୧ ତାରିଖରେ ୨୦୨୦-୨୧ ବର୍ଷ ପାଇଁ ସାଧାରଣ ବଜେଟ ଆଗତ ହେବାର ସମ୍ଭାବନା​ ରହିଛି ।

   Related Posts