Monday, January 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ ୧୦|୧:  ସଂସଦରେ ବଜେଟ୍ ଅଧିବେଶନ ପାଇଁ ତାରିଖ ଘୋଷଣା ହୋଇଛି । ସଂସଦୀୟ କ୍ୟାବିନେଟ୍ କମିଟିରେ ଏନେଇ ନିଷ୍ପତି ପରେ ତାରିଖ ଘୋଷଣା ହୋଇଛି । ଜାନୁଆରୀ ୩୧ରୁ ଫେବୃୟାରୀ ୧୩ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ । ଫେବୃୟାରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ତେବେ ପୂର୍ଣ୍ଣାଙ୍ଗ ବଜେଟ୍ ସାଧାରଣ ନିର୍ବାଚନ ପରେ ନବ ନିର୍ବାଚିତ ସରକାର ଉପସ୍ଥାପନ କରିବେ ବୋଲି ଅର୍ଥମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି । ବିଜେପି ନେତୃତ୍ବରେ ଏନଡିଏ ସରକାରର ଏହା ହେବ ଶେଷ ବଜେଟ୍ । ୨୦୧୪ରେ ମଧ୍ୟ ଅନୁରୂପ ଭାବେ ତତ୍କାଳୀନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ । ପରେ ଜୁଲାଇରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସଂସଦରେ ପୁର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ ।

86 Views

   You May Also Like