ଆଜିଠୁ ସଂସଦର ବଜେଟ୍ ଅଧିବେଶନ ; ଆସନ୍ତାକାଲି ଉପସ୍ଥାପନ ହେବ ଅନ୍ତରୀଣ ବଜେଟ୍

Published By : Prameya-News7 Bureau | January 31, 2019 IST

ନୂଆଦିଲ୍ଲୀ ୩୧|୧:  ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ରାଷ୍ଟ୍ରପତିଙ୍କ ମିଳିତ ଅଭିଭାଷଣ ସହ ଗୃହକାର୍ଯ୍ୟ ଆରମ୍ଭ ହେବ । ଆସନ୍ତା ୧୩ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ଆସନ୍ତାକାଲି ଅନ୍ତରୀଣ ବଜେଟ୍ ଉପସ୍ଥାପନ ହେବ । ଇନଚାର୍ଜ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ଏହାକୁ ଉପସ୍ଥାପନ କରିବେ । ଆଗକୁ ନିର୍ବାଚନ ଥିବାରୁ ପୂରା ଦେଶର ନଜର ଏବେ ଏହି ବଜେଟ୍ ଉପରେ ରହିଛି ।

ତେବେ ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବନି କି ଅର୍ଥ ବିଲ୍ ଆସିବ ନାହିଁ ବୋଲି  ଗୋଏଲ ସ୍ପଷ୍ଟ କରିଛନ୍ତି । ବଜେଟ୍ ବ୍ୟତୀତ ବିବାଦୀୟ ସିଟିଜେନ୍ ସିପ୍ ବିଲ୍ ଓ ଟ୍ରିପଲ୍ ତଲାକ୍ ବିଲ୍‌କୁ ପାସ୍ କରାଇବା ଚକ୍କରରେ ରହିବେ ସରକାର । 

ସେହିପରି ରାଫେଲ ଓ କୃଷକ ପ୍ରସଙ୍ଗରେ ଗୃହ ଦୁଲୁକାଇବେ ବିରୋଧୀ । ତେବେ ଚଳିତ ଅଧିବେଶନରେ ରାଫେଲ୍ ସମ୍ପର୍କିତ ସିଏଜି ରିପୋର୍ଟକୁ ଗୃହରେ ଉପସ୍ଥାପନ କରାଯିବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.