Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ ; ଉଭୟ ଗୃହକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି

31/01/2019 at 11:29 AM

ନୂଆଦିଲ୍ଲୀ ୩୧|୧: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ରାଷ୍ଟ୍ରପତି ମିଳିତ ଭାବରେ ସମ୍ବୋଧନ କରୁଛନ୍ତି । ନୂଆ ଭାରତରେ ଭ୍ରଷ୍ଟାଚାରର ସ୍ଥାନ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି । ଦେଶରେ ୯କୋଟି ଶୌଚାଳୟ ନିର୍ମାଣ ହୋଇଛି । ଶୌଚାଳୟ ପାଇଁ ରୋଗମୁକ୍ତ ହୋଇଛନ୍ତି ଗରିବ ଲୋକ । ଉଜ୍ବଳା ଯୋଜନାରେ ହିତାଧିକାରୀଙ୍କୁ ୬କୋଟି ଗ୍ୟାସ୍ ସଂଯୋଗ ମିଳିଛି । ମେଡିକାଲ କଲେଜରେ ୩୧ ହଜାର ନୂଆ ସିଟ୍ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧କୋଟି ୩୦ଲକ୍ଷ ଘର ନିର୍ମାଣ କରାଯାଇଛି । ଦେଶର ପ୍ରତି ଗାଁରେ ପହଞ୍ଚିଛି ବିଜୁଳି । କୌଶଳ ବିକାଶ ଯୋଜନାରେ ବର୍ଷକୁ ୧କୋଟି ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ୭ଟି ନୂଆ ଆଇଆଇଟି, ୭ଟି ଆଇାଇଏମ ଓ ୧୪ଟି ଆଇଆଇଆଇଟି ଖୋଲିଛି । ୧ କୋଟି ଲୋକଙ୍କୁ ମିଳିଛି ଷ୍ଟାର୍ଟ ଅପ୍ ଲାଭ ମିଳିଛି । କୃଷକ ହେଉଛନ୍ତି ଅର୍ଥ ବ୍ୟବସ୍ଥାର ଆଧାର । କୃଷକଙ୍କୁ ଦିଆଯାଇଛି ଉତ୍ତମ ବିଷମର ବିହନ । ୪୦ହଜାର ପଞ୍ଚାୟତରେ ପହଞ୍ଚିଛି ଓ୍ବାଇ ଫାଇ ସେବା । କଳାଧନ ଉପରେ ନୂଆ ଆଇନ ବ୍ୟବସ୍ଥା ହୋଇଛି । ବିଶ୍ବରେ ଭାରତ ହୋଇଛି ଷଷ୍ଠ ଆର୍ଥିକ ଶକ୍ତି । ସ୍ବଚ୍ଛ ଗଙ୍ଗା ପାଇଁ ୨୫ହଜାର ୫ଶହ କୋଟିର ଯୋଜନା ହୋଇଛି । ଏନଏଚ ନିର୍ମାଣ କାମ ଦୁଇ ଗୁଣା ଗତିରେ ଆଗେଇ ଚାଲିଛି । ୧୫ଟି ନୂଆ ରେଳ ଲାଇନ୍ କାମ ଜାରି ରହିଛି ।

ଅଧିବେଶନ ଆଗରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସାରା ଦେଶର ନଜର ରହିଛି ସଂସଦର ଗତିବିଧି ଉପରେ । ତେଣୁ ସଂସଦର ସମୟର ସଦୁପୋଯୋଗ କରିବାକୁ ବିରୋଧୀଙ୍କ ସହ ସବୁ ଦଳକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଯିଏ ଗୃହ ଭିତରେ ଚର୍ଚ୍ଚାରେ ଭାଗ ନେଉନି ତା ଉପରେ ସାରା ଦେଶ ନାରାଜ । କଂଗ୍ରେସର ନା ନନେଇ ପ୍ରଧାନମନ୍ତ୍ରୀ ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ମୋଦି ।

୧୩ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ଆସନ୍ତାକାଲି ଅନ୍ତରୀଣ ବଜେଟ୍ ଉପସ୍ଥାପନ ହେବ । ଇନଚାର୍ଜ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ଏହାକୁ ଉପସ୍ଥାପନ କରିବେ । ଆଗକୁ ନିର୍ବାଚନ ଥିବାରୁ ପୂରା ଦେଶର ନଜର ଏବେ ଏହି ବଜେଟ୍ ଉପରେ ରହିଛି । ତେବେ ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବନି କି ଅର୍ଥ ବିଲ୍ ଆସିବ ନାହିଁ ବୋଲି ଗୋଏଲ ସ୍ପଷ୍ଟ କରିଛନ୍ତି ।

   Related Posts