Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ : ୭ ତାରିଖରେ କାମଚଳା ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

4/02/2019 at 8:31 AM

ଭୁବନେଶ୍ବର ୪|୨: ଆଜିଠାରୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ। ଏହି ଅଧିବେଶନରେ ୭ଟି କାର୍ଯ୍ୟ ଦିବସ ରହିଛି। ନିର୍ବାଚନ ବର୍ଷ ହୋଇଥିବାରୁ ସରକାର ୪ମାସ ପାଇଁ କମଚଳା ବଜେଟ୍ ଗୃହରେ ଆଗତ କରିବେ।

ଆଜି ଗୃହରେ ରାଜ୍ୟପାଳ ଅଭିଭାଷଣ ରଖିବେ। ୭ ତାରିଖ ଦିନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ୮ ତାରିଖ ଦିନ ବିନିଯୋଗ ବିଲ୍ ଉପରେ  ଗୃହରେ ଆଲୋଚନା ହୋଇ ପାରିତ ହେବ। ଛୋଟ ଅଧିବେଶନ ହୋଇଥିଲେ ମଧ୍ୟ ଏହି ଅଧିବେଶନ ସରକାରୀ ଦଳ ଏବଂ ବିରୋଧୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ବିରୋଧୀ ଦଳ ନେତା ପଦବୀ ସଙ୍କଟରେ ରହିଛି। କଂଗ୍ରେସର ତିନି ଜଣ ବିଧାୟକ ଛାଡ଼ିବା ପରେ କଂଗ୍ରେସ ଏବେ ସଂଖ୍ୟା ଦୃଷ୍ଟିରୁ ବିରୋଧୀ ଦଳ ନେତା ପଦବୀ ହରାଇଛି। ତେଣୁ ବାଚସ୍ପତିଙ୍କ ଉପରେ ନିର୍ଭର କରେ ନରସିଂହ ମିଶ୍ର ବିରୋଧୀ ଦଳ ନେତା ପଦବୀରେ ରହିବା । ୧୨ ତାରିଖରେ ଶେଷ ହେବ ବିଧାନସଭା ଅଧିବେଶନ।

   Related Posts