ରାଜ୍ୟବିକାଶର ସୁନେଲି ଚିତ୍ର ରାଜ୍ୟପାଳଙ୍କ ଅଭିଭାଷଣରେ ରଖିଛନ୍ତି ସରକାର

Published By : Prameya-News7 Bureau | February 14, 2020 IST

ଭୁବନେଶ୍ୱର ୧୪।୦୨ - ଆରମ୍ଭ ହେଲା ବଜେଟ ଅଧିବେଶନ। ରାଜ୍ୟପାଳ ରଖିଲେ ଅଭିଭାଷଣ। ରାଜ୍ୟବିକାଶର ସୁନେଲି ଚିତ୍ର ରାଜ୍ୟପାଳଙ୍କ ଅଭିଭାଷଣରେ ରଖିଛନ୍ତି ସରକାର । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ସରକାର ଙ୍କ ଫୋକସରେ ଯୋଗାଯୋଗ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଜଳସେଚନ, କୃଷି ସହାୟତା, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଭିତ୍ତିଭୂମି ରହିଛି। ଯାହା ରାଜ୍ୟକୁ ପରବର୍ତ୍ତୀ ପ୍ରର୍ଯ୍ୟାୟକୁ ନେବ ।

{"id":224469,"sizeSlug":"large"}

କିନ୍ତୁ ବିରୋଧୀ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣଙ୍କୁ ବିରୋଧର କରି କଂଗ୍ରେସ କକ୍ଷତ୍ୟାଗ କରିଥିବାବେଳେ ବିଜେପି ମୋ ସରକାରକୁ ପ୍ରଶ୍ନ ଉଠାଇଛି।

{"id":224470,"sizeSlug":"large"}

ରାଜ୍ୟପାଳଙ୍କ ଭାଷଣରେ ରାଜ୍ୟସରକାର ଦେଖାଇଲେ ସୁନେଲି ଚିତ୍ର । ପରାମର୍ଶ ଭିତ୍ତିକ ପ୍ରଶାସନ । ବିକାଶ ଯାତ୍ରା ସରକାରଙ୍କ ମୂଳମୁନ୍ତ୍ର। ରାଜ୍ୟପାଳଙ୍କ ଅଭିଭାଷଣରେ ମୋ ସରକାର ଓ ଫାଇଭ ଟିକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି।

{"id":224471,"sizeSlug":"large"}

ଜାତୀୟ ଏଜେଣ୍ଡା ଆଧାରରେ ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବା ପାଇଁ ପଦକ୍ଷେପ ନିଆଯାଉଛି। କାଳିଆ ଯୋଜନାରେ 50 ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଓ 25 ଲକ୍ଷ ଭୂମିହୀନ  ଚାଷୀ ପରିବାରକୁ ସହାୟତା ମିଳିବ। 2020-21ରେ 1.84 ଲକ୍ଷ ହେକ୍ଟର ଚାଷଜମି ଜଳସେଚନ କରିବା ପାଇଁ ଲକ୍ଷ ରଖାଯାଇଛି।

{"id":224472,"sizeSlug":"large"}

2014-15ରୁ ଏ ପର୍ଯ୍ୟନ୍ତ 23 ଲକ୍ଷରୁ ଅଧିକ ପକ୍କା ଘର ନର୍ମାଣ କରି ଦେଶରେ ଅଗ୍ରଣୀ ହୋଇଛି ଓଡ଼ଶା । 2024 ସୁଦ୍ଧା ସମସ୍ତଙ୍କ ଘରକୁ ପାଣି ଯୋଗାଯିବ। SCB ମେଡିକାଲ କଲେଜ ପୂର୍ବ ଓଡ଼ିଶାର ଏକ ସବୁଠାରୁ ବଡ଼ ଡାକ୍ତରଖାନାରେ ପରିଣତ ହେବ। ।

{"id":224473,"sizeSlug":"large"}

ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକରେ ଓଡିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଯୋଜନା ଲାଗୁ ହେବ। ପୁରୀ ପାଇଁ 2308 କୋଟି ଟଙ୍କା ବ୍ୟୟରେ 15ଟି ପ୍ରକଳ୍ପ କରାଯିବ। ଏବଂ ଅନ୍ୟ 6ଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 9ଶହ କୋଟି। ସଡ଼କ ଦୁର୍ଘଟଣା କମାଇବା ପାଇଁ ସଡକ ସୁରକ୍ଷା ଆକ୍ସନ ପ୍ଲାନ ପ୍ରସ୍ତୁତ ହେଉଛି। ପର୍ଯ୍ୟଟନ ସ୍ଥଳୀର ବିକାଶ 4ଟି ବୃହତ ପ୍ରକଳ୍ପ ଓ 13 ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ କରାଯିବ।

{"id":224474,"sizeSlug":"large"}

ପୁରୀ କୋଣାର୍କ ମେରାଇନ ଡ୍ରାଇଭ,ତାଳେଶ୍ୱର- ଉଦୟ ପୁରରେ ସମୁଦ୍ର ତଟ ବିଶ୍ୱସ୍ତରୀୟ ବେଳାଭୂମିରେ କଟେଜ ନିର୍ମାଣ ହେବ। ରାଜ୍ୟପାଳଙ୍କ ଅଭିଭାଷଣ ଜରିଆରେ ପ୍ରକାଶ କରିଛନ୍ତି ସରକାର।

{"id":224475,"sizeSlug":"large"}

ରାଜ୍ୟପାଳଙ୍କ ଅଭିଭାଷଣରେ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ କଂଗ୍ରେସ କକ୍ଷତ୍ୟାଗ କରିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ  ରାଜ୍ୟପାଳଙ୍କ ମୁହଁରେ ସରକାରଙ୍କ ପ୍ରସଂଶା କରାଯାଇଛି,ଚାଷୀଙ୍କ ପାଇଁ କଣ କରିଛନ୍ତି ତାହା ରାଜ୍ୟପାଳଙ୍କ ଅଭିଭାଷଣରେ ପ୍ରତିଫଳିତ ହୋଇନି,ଚାଷୀଙ୍କ ବିକାଶ ପାଇଁ କିଛି ପଦକ୍ଷେପ ନିଆଯାଇନି, ଚାଷୀ ଆନ୍ଦୋଳନରେ ବସିଛି,ମିଲର ମଣ୍ଡିକୁ ନିୟନ୍ତ୍ରଣ କରୁଛନ୍ତି,। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଗତ 4 ପାଳି କାହା ସରକାର ଥିଲା ବୋଲି ପ୍ରଶ୍ନ କଲେ,ସମସ୍ତଙ୍କୁ ପକ୍କା ଘର ଦେବା କଥା ସରକାର କହୁଛନ୍ତି, କେନ୍ଦ୍ରସରକାଙ୍କ ଯୋଜନାକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଛି,ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରଦୀପ।

{"id":224476,"sizeSlug":"large"}

ଏପଟେ ସରାକରୀ ଦଳ ଯୁକ୍ତି ହେଉଛି ରାଜ୍ୟସରାକର ବିକାଶ କରୁଛନ୍ତି ବୋଲି ବାରମ୍ବାର ରାଜ୍ୟବାସୀ ଭରଷା କରିଛନ୍ତି। ବିରୋଧୀଙ୍କ ପାଖରେ ସୁଯୋଗ ଅଛି ଆଲୋଚନା କରିବା ପାଇଁ କିନ୍ତୁ ଏପରି କକ୍ଷତ୍ୟାଗ କରିବା ଠିକ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ କିଶୋର ମହାନ୍ତି।

{"id":224477,"sizeSlug":"large"}

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ସରକାର ଙ୍କ ଫୋକସରେ ଯୋଗାଯୋଗ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଜଳସେଚନ, କୃଷି ସହାୟତା, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଭିତ୍ତିଭୂମି ରହିଛି। ଓଡିଶାକୁ ପରବର୍ତ୍ତୀ ପର୍ଯ୍ୟାୟରେ ନେବା ପାଇଁ ଏହା ସହାୟକ ହେବ ।

{"id":224478,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.