Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆଜିଠୁ ବଜେଟ୍ ଅଧିବେଶନ, ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

29/01/2021 at 8:08 AM

ନୂଆଦିଲ୍ଲୀ,୨୯/୦୧: କରୋନା ମହାମାରୀ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । କୋଭିଡ୍ ପାଇଁ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଘରୋଇ ଅର୍ଥ ବ୍ୟବସ୍ଥାରେ ନୂଆ ଶକ୍ତି ଭରି ଏହାର ଅଣ୍ଟା ସଳଖିବା ନିମନ୍ତେ ଏହି ଅଧିବେଶନର ମୁଖ୍ୟ ଫୋକସ ରହିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ସାଧାରଣ ବଜେଟ୍‌ ଆଗତ କରିବେ ।

ଶୁକ୍ରବାର ସକାଳ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ଉଦ୍‌ବୋଧନ ଦେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଏଥର ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ ବେଳେ ସାଂସଦମାନେ ସେଣ୍ଟ୍ରାଲ ହଲ୍‌ ବ୍ୟତୀତ ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବସିବେ ବୋଲି ଜଣାପଡିଛି। କରୋନା ସଂକ୍ରମଣ ଯୋଗୁ ସାମାଜିକ ଦୂରତା ରକ୍ଷା ନିମନ୍ତେ ଏଭଳି ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ତେବେ ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧ କରୁଥିବା ଦଳଗୁଡିକ ହେଲା କଂଗ୍ରେସ, ଏନସିପି, ଜେକେଏନସି, ଡିଏମକେ, ଏଆଇଟିସି, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମଏଲ, ସିପିଆଇ, ଆଇୟୁଏମଏଲ, ଆରଏସପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ AIUDF । ସେମାନେ କହିଛନ୍ତି ଯେ ଯେଉଁଭଳି ଭାବେ ଗତ ଅଧିବେଶନରେ ୩ଟି କୃଷି ଆଇନକୁ ପାରିତ କରାଯାଇଥିଲା, ସେହି ଆଇନ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି।

ସେହିପରି ପ୍ରତିବର୍ଷ ସାଧାରଣ ବଜେଟ୍‌ର ପୂର୍ବଦିନ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଆଗତ କରାଯାଏ  । କିନ୍ତୁ ଚଳିତ ବର୍ଷ ଏପରି ହେବନାହିଁ। ଅଧିବେଶନର ପ୍ରଥମ ଦିନ ଆର୍ଥିକବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ଅର୍ଥନୀତି ଉପରେ କୋଭିଡ-୧୯ର ପ୍ରଭାବ କିଭଳି ରହିଛି, ତାହାର ସ୍ପଷ୍ଟ ଚିତ୍ର ଏଥିରେ ପ୍ରତିଫଳିତ ହେବ ।

   Related Posts