୨୦୨୧-୨୨ ବଜେଟ୍‌ରେ ନେଟ୍‌ ଋଣ ପରିମାଣ ୧୮,୪୬୫ କୋଟି ଟଙ୍କା : ସ୍ବାସ୍ଥ୍ୟ ସେବାକୁ ୯୧୬୪ କୋଟି ଟଙ୍କା‌, ଏସ୍‌ସିବିକୁ ଏମ୍ସ୍‌ ପ୍ଲସ୍‌ ପାଇଁ ୩୫୦୦ କୋଟି ଟଙ୍କା ବ୍ୟୟ ବରାଦ

Published By : Prameya-News7 Bureau | February 22, 2021 IST

ଭୁବନେଶ୍ବର ୨୨/୦୨ : ବିଧାନସଭାରେ ବର୍ଷ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେଥି ମଧ୍ୟରୁ ମୋଟ ୧ ଲକ୍ଷ ୨୫ ହଜାର ୬୦୦ କୋଟି ଟଙ୍କା ଟିକସ ଏବଂ ଅନୁଦାନରୁ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସେହିଭଳି ଋଣରୁ ପ୍ରାୟ ୪୪ ହଜାର କୋଟି ଟଙ୍କା ପ୍ରାପ୍ତ ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ନେଟ୍‌ ଋଣ ପରିମାଣ ୧୮ ହଜାର ୪୬୫ କୋଟି ଟଙ୍କା ରହିବ ବୋଲି ଘୋଷଣା କରିଛନ୍ତିୁ ଅର୍ଥମନ୍ତ୍ରୀ ।

ଏହା ସହିତ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ସ୍ବାସ୍ଥ୍ୟ ସେବା ପାଇଁ ମୋଟ ୯ ହଜାର ୧୬୪ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । କଟକ ଏସ୍‌ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ସ୍ବତନ୍ତ୍ରି ଯୋଜନା ପ୍ରସ୍ତୁତ କରାଯାଇଛି । ଏସ୍‌ସିବିକୁ ଏମ୍ସ ପ୍ଲସ୍‌ କରିବା ପାଇଁ ମୋଟ ୩ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ଏସ୍‌ସିବି ପାଇଁ ୫ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା ଆରମ୍ଭ କରାଯାଇଛି । ଏଥି ପାଇଁ ମୋଟ ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହା ସହିତ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । କଟକ ଏସ୍‌ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ସ୍ବତନ୍ତ୍ରି ଯୋଜନା ପ୍ରସ୍ତୁତ କରାଯାଇଛି । ଏସ୍‌ସିବିକୁ ଏମ୍ସ ପ୍ଲସ୍‌ କରିବା ପାଇଁ ମୋଟ ୩ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ଏସ୍‌ସିବି ପାଇଁ ୫ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର ।

କଟକରେ ବସ୍‌ ଟର୍ମିନାଲ ପାଇଁ ୧୦୦ କୋଟି ଟଙ୍କାର ବୟ ବରାଦ କରାଯାଇଛି । ସେହିଭଳି ବରମୁଣ୍ଡା ବସ୍‌ ଟର୍ମିନାଲ ପାଇଁ ୧୦୦ କୋଟି ଟଙ୍କାର ବୟ ବରାଦ କରାଯାଇଛି । ସାଗର ମାଳା ଯୋଜନାରେ କୋଷ୍ଟାଲ ହାଇଓ୍ବେ ନିର୍ମାଣ ପାଇଁ ୩୪ କୋଟି, ଲ୍ୟାଣ୍ଡ୍‌ବ୍ୟାଙ୍କ୍‌ ପାଇଁ ୫୦ କୋଟି ଟଙ୍କର ବ୍ୟୟ ବରାଦ କରାଯାଇଛି ।

ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ୧୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହା ସହିତ ଐତିହ୍ୟ ସ୍ଥଳୀଗୁଡିକର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ୮ କୋଟି ଟଙ୍କାର ବୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୫୧ କୋଟି ବ୍ୟୟ ବରାଦ । ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୧ ହଜାର ୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.