Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

୧୪ରୁ ବଜେଟ୍‌ ଅଧିବେଶନ: ସରକାରଙ୍କ ପାଣ୍ଠି ଯୋଗାଡ ଉପରେ ବିରୋଧୀଙ୍କ ନଜର, ଗୁରୁବାର ସର୍ବଦଳୀୟ ବୈଠକ

12/02/2020 at 7:07 PM

ଭୁବନେଶ୍ବର ୧୨।୦୨:  ଗୋଟିଏ ଦିନ ପରେ ୧୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ବଜେଟ ଅଧିବେଶନର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିବାବେଳ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପୂରା ଯୋଜନା କରିଛନ୍ତି।

ଶୁକ୍ରବାର ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବଜେଟ ଆକାର ବଢୁଛି କିନ୍ତୁ କେନ୍ଦ୍ରୀୟ ଅନୁଦାନ କମୁଛି।  ସରକାର କେମିତି ବଜେଟ ପାଇଁ ପାଣ୍ଠି ଆଣିବେ । ବଜେଟ ଅଧିବେଶରେ ସରକାରଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି । କାଳିଆଠାରୁ ଗୃହ ନିର୍ମାଣ, ସରକାରଙ୍କ  ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ଚିଲଆଖିରେ ନଜର ରଖିଛନ୍ତି ବିରୋଧୀ। ଯାହା ଅଧିବେଶନକୁ ସରଗରମ କରିବାକୁ ଯାଉଛି ।

ଏହାବ୍ୟତୀତ ଆଇନ୍ ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ରାଜ୍ୟରେ ନାରୀଙ୍କ ପ୍ରତି ହେଉଥିବା ଅତ୍ୟାଚାର , ମଣ୍ଡିରୁ ଧାନ ନଉଠିବା, ସଡକ ଦୁର୍ଘଟଣା, ଜଳସେଚନ. ଇସ୍କନର ଅଦିନିଆ ରଥଯାତ୍ର ଏବଂ ବିଦ୍ୟୁତ ତାର ଲାଗି ବସରେ ଯାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଗଣି ଗଣି ବିରୋଧୀ ଉଠାଇବେ ବୋଲି କହିଛନ୍ତି। ସେପଟେ କଂଗ୍ରେସ ରେଳ ବଜେଟରେ ରାଜ୍ୟ ପ୍ରତି ହୋଇଥିବା ଅବହେଳା ହୋଇଥିବା ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବ ବୋଲି କହିଛି।

ବିରୋଧୀଙ୍କୁ ସାମ୍ନା କରିବାକୁ ଶାସକ ଦଳ ପୁରା ପ୍ରସ୍ତୁତ ହୋଇଛି । ଅଧିବେଶନ ଥିବାରୁ କେମିତି ସବୁ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇ ପାରିତ ହେବ ସେ ଉପରେ ଅଧିକ ଗୁରୁତ୍ବ ଦିଆଯିବ।

ଫେବୃୟାରୀ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ବଜେଟ ଅଧିବେଶନ। ଗୁରୁବାର ସାଢ଼େ ୪ଟାରରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ଶୁକ୍ରବାର ଗୃହକୁ ସମ୍ବୋଧନ କରିବେ ରାଜ୍ୟପାଳ ଗଣେଶୀ ଲାଲ।

   Related Posts