Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କମୁଛି ଜିଡିପି: ବଜେଟ୍‌ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ବାନ

11/01/2020 at 8:30 PM

 ନୂଆଦିଲ୍ଲୀ୧୧/୧: ପଞ୍ଚଦଶ ଅର୍ଥକମିଶନଙ୍କ କାର୍ଯ୍ୟକାଳ ବଢ଼ିବା ପରେ ଏବେ ରାଜ୍ୟ ସରକାର ସାନି ପ୍ରସ୍ତାବ ମାଗିଛନ୍ତି। ପରବର୍ତ୍ତୀ ପ୍ରସ୍ତାବରେ ରାଜ୍ୟ ସରକାର କଣ ଦାବି କରିବେ ତା ଉପରେ ସମସ୍ତଙ୍କର ନଜର ରହିଛି। କାରଣ ରାଜ୍ୟ ସରକାର ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ କୋଣାର୍କ ମନ୍ଦିରକୁ ବିଶ୍ବ ଐତିହ୍ୟରେ ସ୍ଥାନ ଦେବା ପାଇଁ ଯୋଜନା କରିଛନ୍ତି। ଏପଟେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ରାଜ୍ୟ ସରକାଙ୍କ ପାଇଁ ବଜେଟ୍‌ ପ୍ରସ୍ତୁତି ବଡ଼ ଆହ୍ବାନ ହୋଇଛି। ସେଥିପାଇଁ ଏଥର ବଜେଟ୍‌ ପ୍ରସ୍ତୁତି ବୈଠକକୁ ଚାଟାର୍ଡ ଆକାଉଣ୍ଟାଟ ଏବଂ ପବ୍ଲିକ ସେକ୍ଟରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞ ମାନଙ୍କୁ ଡକାଯାଇଛି।

କମୁଛି ଜିଡିପି। ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି ଦେଶ। ଏହାକୁ ଦେଖି ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥାରୁ ଉଦ୍ଧାର କରିବା ପାଇଁ ପଞ୍ଚଦଶ ଅର୍ଥ କମିଶନଙ୍କ ଅବଧିକୁ ବର୍ଷେ ବଢ଼ାଇଛନ୍ତି କେନ୍ଦ୍ର ସରକାର। ୨୦୨୧-୨୨ରୁ ୨୦୨୫-୨୬କୁ ପଞ୍ଚଦଶ ଅର୍ଥ କମିଶନଙ୍କ ଅବଧି ରଖାଯାଇଛି। ଅବଧି ବଢ଼ିଥିବାରୁ ରାଜ୍ୟସରକାରକୁ ମାର୍ଚ୍ଚ ୩୧ ସୁଦ୍ଧା ପରିବର୍ତ୍ତିତ ପ୍ରସ୍ତାବଦେବା ପାଇଁ  ଚିଠି ଲେଖିଛନ୍ତି ପଞ୍ଚଦଶ ଅର୍ଥ କମିଶନ।

ପୂର୍ବରୁ ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ରାଜ୍ୟ ସରକାର କେନ୍ଦ୍ରୀୟ ଟିକସ ହାର ୪୨ ପ୍ରତିଶତ ବଦଳରେ ୫୦ ପ୍ରତିଶତ କରିବାକୁ ଦାବି କରିଥିଲେ। ଯୋଜନା ପ୍ରଣୟନ ବେଳେ ୧୯୭୧ ଜନଗଣନକୁ ଆଧାର କରିବା ସହ ଜିଏସଟି କ୍ଷତିପୂରଣକୁ ଆଉ ୧୦ ବର୍ଷ ବଢ଼ାଇବାକୁ କହିଥିଲେ। ଏସବୁ ସହ ରାଜ୍ୟ ସରକାର ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ କୋର୍ଣାକ ମନ୍ଦିରକୁ ବିଶ୍ବ ଏୗତିହ୍ୟ କରିବାକୁ ଯୋଜନା କରିଥିବାରୁ ସେଥିପାଇଁ ଅନୁଦାନ ଦାବି କରିପାରନ୍ତି ରାଜ୍ୟ ସରକାର।

ମାନ୍ଦାବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ଆୟ କମୁଥିବାରୁ ରାଜ୍ୟର ଟିକସ ହାର କିଭଳି ବଢିବ ତାହା ସରକାର ପାଇଁ ବଡ଼ ଆହ୍ବାନ ହୋଇଛି। ପ୍ରତିବର୍ଷ ବଜେଟ ପ୍ରସ୍ତୁତ ପୂର୍ବରୁ ସରକାର ପୂର୍ବତନ ଅର୍ଥ ମନ୍ତ୍ରୀ, ଅର୍ଥ ସଚିବମାନଙ୍କ ମତାମତ ନେଇ ବଜେଟ ପ୍ରସ୍ତୁତ କରନ୍ତି। ଏଥର ପ୍ରଥମଥର ପାଇଁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ଏବଂ ପବ୍ଲିକ ସେକ୍ଟେରରେ କାମକରୁଥିବା ଏକ୍ସପର୍ଟଙ୍କୁ ଡାକିଛନ୍ତି। ଆସନ୍ତା ୧୫ରେ ପ୍ରାକ୍ ବଜେଟ୍‌ ପରାମର୍ଶ ବୈଠକ ବସିବ । ପଞ୍ଚଦଶ ଅର୍ଥ କମିଶନ ୨୦୨୦-୨୧ ଆର୍ଥକ ବର୍ଷ ପାଇଁ କେନ୍ଦ୍ର ସରାକରଙ୍କୁ ଏକ ମଧ୍ୟବର୍ତ୍ତୀ କାଳୀନ ରିପୋର୍ଟ ଦେଇସାରିଛନ୍ତି। କେନ୍ଦ୍ର ବଜେଟ୍‌କୁ ଦେଖି ରାଜ୍ୟ ବଜେଟ୍‌ ଆକଳନ ହେବ।

   Related Posts