Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବଜେଟ୍ ୨୦୨୧: ଆସନ୍ତାକାଲିଠୁ ବଢିବ ମଦ ରେଟ୍, ଏତିକି ପ୍ରତିଶତ ଲାଗିଲା ସେସ୍

1/02/2021 at 3:52 PM

ନୂଆଦିଲ୍ଲୀ ୦୧।୦୨: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତ୍ୟକ୍ଷ କର ଦେଉଥିବା ଲୋକଙ୍କୁ ଚଳିତ ଆର୍ଥିକ ବର୍ଷରେ କୌଣସି ଆଶ୍ଵସ୍ତି ଦେଇ ନାହାନ୍ତି। ସରକାର ମଦ, କାବୁଲି ଚଣା, ମଟର, ମସୁରର ଡାଲି ସମେତ ଅନେକ ଉତ୍ପାଦନ ଉପରେ କୃଷି ଉପକରଣ ଉପରେ ସେସ୍ ଲଗାଇବାକୁ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରୀ ଅପ୍ରତ୍ୟକ୍ଷ କରରେ ପରିବର୍ତ୍ତନ ଘୋଷଣା କରିଥିଲେ ମଧ୍ୟ ଅନେକ ପ୍ରକାରର କଞ୍ଚା ମାଲ ଉପରେ କଷ୍ଟମ ଡ୍ୟୁଟି ବଢାଇଛନ୍ତି। କିଛି ଇସ୍ପାତ ଉତ୍ପାଦନ ଉପରୁ ଟିକସ ହଟାଇ ଦିଆଯାଇଛି। ମୋବାଇଲର କିଛି ଉପକରଣ ଉପରେ ଏବେ ୨.୫ ପ୍ରତିଶତ ଡ୍ୟୁଟି ଲଗାଇ ଦିଆଯାଇଛି।

ସାଧାରଣ ବଜେଟ୍‌ ୨୦୨୧-୨୨ରେ ସରକାର ସ୍ଵାସ୍ଥ୍ୟ ଉପରେ ଖର୍ଚ୍ଚ ବୃଦ୍ଧି କରିଛନ୍ତି। ମାତ୍ର ଏହି ଖର୍ଚ୍ଚର ଭରଣା ପାଇଁ ଅନେକ ଗୁଡାଏ ଉତ୍ପାଦନ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି। ସରକାରଙ୍କ ଘୋଷଣା ଅନୁଯାୟୀ ନୂତନ ଏଗ୍ରି ଇନଫ୍ରା ଡେଭଲପମେଣଟ୍ ସେସ୍‌ ଆସନ୍ତାକାଲିଠୁ ଲାଗୁ ହୋଇଯିବ। ଏହି ହିସାବରେ କାଲିଠୁ ମଦ ପିଇବା ମଧ୍ୟ ମହଙ୍ଗା ହୋଇଯିବ। କାରଣ ବଜେଟ୍‌ରେ ଆଲକୋହଲିକ ବେଭରେଜ ଉପରେ ୧୦୦ ପ୍ରତିଶତ ଏଗ୍ରୀ ଇନଫ୍ରା ସେସ୍ ଲଗାଯାଇଛି।

ପେଟ୍ରୋଲ-ଡିଜେଲ୍ ହେବ ମହଙ୍ଗା

ବଜେଟ୍‌ରେ ପେଟ୍ରୋଲ ଲିଟର ପିଛା ଅଢେଇ ଟଙ୍କା ଓ ଡିଜେଲ୍‌ ଲିଟରପ ପ୍ରତି ୪ ଟଙ୍କା ହିସାବରେ କୃଷି ସେସ୍ ଲଗାଯାଇଛି। ତେଣୁ ଆସନ୍ତାକାଲିଠୁ ଏହାର ଦର ବୃଦ୍ଧି ଘଟିବାର ସମ୍ଭାବନା  ରହିଛି। ଫଳରେ ମଧ୍ୟବିତ୍ତ ବର୍ଗ ଉପରେ ଏହାର ସବୁଠୁ ଅଧିକ ପ୍ରଭାବ ପଡିବ। ଏଥିରେ ଦରଦାମ ବଢିବାର ଅଧିକ ସମ୍ଭାବନା ରହିଛି।

   Related Posts