ଆସନ୍ତାକାଲି ବଜେଟ୍: କୋଭିଡ୍‌ ସେସ୍‌ ଲଗାଇପାରନ୍ତି ସରକାର, ୱାର୍କ ଫ୍ରମ ହୋମ୍‌ କୁ ନେଇ କର ଛାଡ କରିପାରନ୍ତି ସରକାର

Published By : Prameya-News7 Bureau | January 31, 2021 IST

ଭୁବନେଶ୍ୱର ୩୧/୦୧ : ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ ବଜେଟ। ଏଥର ବଜେଟରୁ ମିଡଲ କ୍ଲାସ ବା ମଧ୍ୟମ ବର୍ଗ ଖାସ୍ କରି ଚାକିରୀଆମାନେ ବେଶୀ ଆଶା ରଖିଛନ୍ତି। କରୋନା କାଳରେ ବହୁ ସଂଖ୍ୟାରେ ଲୋକ ଚାକିରୀ ରୋଜଗାର ହରାଇଛନ୍ତି । ଏଥିପାଇଁ ବଜେଟ ଉପରେ ଲୋକଙ୍କ ଆଶା ବହୁତ ରହିଛି।  ଆସନ୍ତୁ ସାଧାରଣ ଲୋକ ବଜେଟକୁ ନେଇ କଣ ଆଶା ରଖିଛନ୍ତି। 

ଟିମ୍‌ ଫିନାନ୍‌ସ ରେଡି। ଫଟୋସେସନରେ ସୀତାରମଣ ଓ ଅନୁରାଗ ଠାକୁରଙ୍କ ଟିମ୍। ଖୋଲିବ ସୀତାରମଣଙ୍କ ଖାତା। ଆସିବ ୨୧-୨୨ର ହିସାବ। କାହା ପାଇଁ କେତେ ରଖିଛନ୍ତି ଅର୍ଥମନ୍ତ୍ରୀ। କେମିତି ସୁଧାରିବେ ଅର୍ଥବ୍ୟବସ୍ଥା। ଆଉ ପୂରଣ କରିବେ ୧୧ ପ୍ରତିଶତ ଜିଡିପି ଟାର୍ଗେଟ। ସୀତାରମଣଙ୍କ ବଜେଟରୁ କେତେ ଆଶା ରଖିଛନ୍ତି ମିଡଲକ୍ଲାସ। କେତେ ଆଶା ରଖିଛନ୍ତି ବୋରୋଜଗାର ଆସନ୍ତୁ ପକାଇବା ନଜର।

୧.  କୋଭିଡ୍‌ ସେସ୍‌ ଲଗାଇପାରନ୍ତି ସରକାର

ଦେଶର ୧୩୦ କୋଟି ଦୋଶବାସୀଙ୍କ ପାଇଁ କରୋନା ଟିକା ବାବଦରେ ପ୍ରାୟ ୫୦ ହଜାର କୋଟିରୁ ୬୦ ହଜାର କୋଟି ଟଙ୍କା ଆବଶ୍ୟକ। ଚଳିତ ଆର୍ଥିକ ବର୍ଷରେ ଜିଡିପି ମାଇନସ ୭ ପ୍ରତିଶତ ଆକଳନ କରାଯାଇଛି। ଏଭଳି ସ୍ଥିତିରେ ସରକାର କରୋନା ଟିକା ବାବଦରେ  ଲୋକଙ୍କଠାରୁ ସେସ୍‌ ଆଦାୟ କରିପାରିନ୍ତି।..

୨.  ମେଡିକାଲ ସୁବିଧାକୁ ଗୁରୁତ୍ବ

କରୋନା କାଳରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର। ଏଥର ବଜେଟରେ ମଧ୍ୟ ନୂଆ ମେଡିକାଲ କଲେଜ, ହସ୍ପିଟାଲ ଆଦି ଉପରେ ସରକାର ଅଧିକ ଫୋକ୍‌ସ କରିପାରନ୍ତି।..

{"id":401647,"sizeSlug":"large","linkDestination":"none"}

୩. କୃଷି ଓ କୃଷକଙ୍କୁ  ଅଧିକ ଗୁରୁତ୍ବ

ନୂଆ କୃଷି ଆଇନକୁ ନେଇ ଦିର୍ଘ ଦିନ ହେଲା ଆନ୍ଦୋଳନ, ହୋହାଲ୍ଲା ଚାଲିଥିବାରୁ ଏଥର ବଜେଟରେ କୃଷି କ୍ଷେତ୍ରକୁ ଅଧିକ ଗୁରତ୍ବ ଦେଇପାରନ୍ତି ସରକାର। ଅନ୍ନଦାତ୍ତାଙ୍କ ଲାଗି କୃ,ି ଋଣ ସୁବିଧା ଓ ଛାଡ ବ୍ୟବସ୍ଥା ମଧ୍ୟ କରିପାରିନ୍ତ ସରକାର।ଛୋଟ ଓ ମଧ୍ୟମ ଧରଣ ଚାଷୀଙ୍କ ଲାଗି ଋଣ ଛାଡ ଲାଗି କିଛି ପଦକ୍ଷେପ ନେଇପାରନ୍ତି।

୪. ପ୍ରତିରକ୍ଷା କ୍ଷେତ୍ରରେ ଆବଣ୍ଟନ ବୃଦ୍ଧି

ଚାଇନା- ପାକିସ୍ତାନ ସହ ବର୍ତ୍ତମାନର ଯାହା ସ୍ଥିତି ରହିଛି, ସେହି ଦୃଷ୍ଟିରୁ ପ୍ରତିରକ୍ଷା କ୍ଷେତ୍ର ପାଇଁ ଆବଣ୍ଟନ ବୃଦ୍ଧି କରାଯିବା ସମ୍ଭାବନା ଅଧିକ। ଏହା ୨ରୁ ୩ ପ୍ରତିଶତ ବଢିପାରେ। ବିଶେଷ କରି ପ୍ରତିରକ୍ଷା କ୍ଷେତ୍ରରେ ମେକ୍‌ ଇନ୍‌ ଇଣ୍ଡିଆକୁ ଅଧିକ ଗୁରୁତ୍ବ ଦେବା ନେଇ ସରକାର କିଛି ନୂଆ ଘୋଷଣା କରିପାରନ୍ତି.

୫.  ରେଳ ବଜେଟରେ ନୂଆ ସୁପରଫାଷ୍ଟ ଟ୍ରେନ

ସାଧାରଣ ବଜେଟରେ ଏବେ ରେଳ ବଜେଟ ସାମିଲ ହୋଇଛି। ଏଥର ରେଳ ବଜେଟରେ କିଛି ସୁପରଫାଷ୍ଟ ଟ୍ରେନ ଦେଶକୁ ମିଳିବ ବୋଲି ଆଶା କରାଯାଉଛି। ଏଥିସହ ଟ୍ରେନ୍ ଟିକେଟ ଦର ନ ବଢାଇ ଫ୍ରାଇଟ୍ ଚାର୍ଜ ବଢାଇ ପାରନ୍ତି ସରକାର। ସେହିପରି ଦୀର୍ଘଦିନ ଧରି ପଡ଼ିରହିଥିବା ରେଳ ପ୍ରକଳ୍ପକୁ ଶେଷ କରିବାକୁ ଅଧିକ ଗୁରୁତ୍ବ ଦିଆଯାଇପାରେ। ଯାହା ଉପରେ ଓଡ଼ିଶା ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ବେଶୀ ନଜର ରଖିଛନ୍ତି।

{"id":401648,"sizeSlug":"large","linkDestination":"none"}

୬. କର ଛାଡ ସୀମା ୩ ଲକ୍ଷ ହୋଇପାରେ

୨୦୨୧-୨୨ ବଜେଟର ବଡ ଆଶା ହେଉଛି କର ଛାଡ ସୀମା ଏଥର ବଢିପାରେ। ବର୍ତ୍ତମାନ କର ଛାଡ ସୀମା ୨ଲକ୍ଷ ୫୦ ହଜାର ରହିଛି। ତାହାକୁ ବଢାଇ ଏଥର ୩ ଲକ୍ଷ ହୋଇପାରେ। ୭ ବର୍ଷ ଧରି କର ଛାଡ ସୀମା ଅପରିବର୍ତ୍ତିତ ରହିଛି। ୨୦୧୪  ବଜେଟରେ ତତ୍କାଳିନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ସୀମାକୁ ୨ ଲକ୍ଷରୁ ବଢାଇ ୨ ଲକ୍ଷ ୫୦ ହଜାର କରିଥିଲେ।..

୭.  ୮୦ ସିରେ ନିବେଶ ଉପରେ ଛାଡ ସୀମା ବଢିପାରେ

ଆୟକର ନିୟମର ଧାରା ୮୦ ସିରେ ନିବେଶ କଲେ ଇନକମ ଟାକ୍ସରେ ୧ ଲକ୍ଷ ୫୦ ହଜାର ଟଙ୍କା ଛାଡର ବ୍ୟବସ୍ଥା ରହିଛି। ଏଥର ଏହାକୁ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ୭ ବର୍ଷ ଧରି ଏହା ଅପରିବର୍ତ୍ତିତ ରହିଛି। ୨୦୧୪ରେ ତତ୍‌କାଳିନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ୧ ଲକ୍ଷରୁ ୧ଲକ୍ଷ ୫୦ ହଜାର କରିଥିଲେ।..

୮. ୱାର୍କ ଫ୍ରମ ହୋମ୍‌ କଥାକୁ ବିଚାର କରି କର ଛାଡ କରିପାରନ୍ତି ସରକାର

କରୋନା କାଳରେ କାମ କରିବାର ତରିକା ବଦଳିଯାଇଛି। ବହୁ ଲୋକ ଏବେ ବି ୱାର୍କ ଫ୍ରମ୍ ହୋମ ମୋଡ୍‌ରେ କାମ କରୁଛନ୍ତି। ଏ ଦୃଷ୍ଟିରୁ ଏମାନଙ୍କ ପାଇଁ ଇଣ୍ଟର ନେଟ୍‌, ଅଫିସ୍ ସେଟ ଆଦିରେ ଏଥର କର ଛାଡ କରିପାରନ୍ତି ସରକାର।..

୯. ଟେଲିକମ୍‌ ସେବାକୁ ଗରୁତ୍ବ

ମୋଦୀ ସରକାରଙ୍କ ପୋକସ୍‌ ହେଉଛି ଟେକ୍ନୋଲୋଜି। ତେଣୁ ସବୁ ଗାଁକୁ ଇଣ୍ଟର ନେଟ ସେବା ଯୋଗାଇବା ଉପରେ ଏଥର ମୋଦି ସରକାର କିଛି ପଦକ୍ଷେପ ନେଇପାରନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.