ଗୃହରେ ଉପସ୍ଥାପିତ ହେଉଛି ବଜେଟ୍, ପେଡି ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ,୦୧/୦୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପିତ କରୁଛନ୍ତି । କରୋନା ସଙ୍କଟ ପରେ ଏହି ବଜେଟ୍ ଖୁବ୍ ଗୁରୁତ୍ୱ ବହନ କରୁଛି ।

ସୋମବାର ଆଗତ ହେଉଛି ଦେଶର ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ୧୧ଟାରେ ସଂସଦ ଭବନରେ ବଜେଟ୍ ଆଗତ କରିଛନ୍ତି। ଏଥର ପେପରଲେସ୍ ବଜେଟ ହୋଇଛି।

କରୋନା ସଙ୍କଟରେ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଏହି ବଜେଟରେ କିଛି ବ୍ୟବସ୍ଥା ରହିପାରେ । ତେଣୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସାରା ଦେଶର ନଜର ଏହା ଉପରେ ରହିଛି । ଟ୍ୟାକ୍ସ ହେଉ ବା ରୋଜଗାର ସମସ୍ତ ପ୍ରସଙ୍ଗରେ ଦେଶ ଅନେକ ଆଶା ରଖିଛି ।

ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସରକାରର କ୍ୟାବିନେଟ୍ ବୈଠକ ହୋଇଥିଲା । ଯେଉଁଥିରେ ବଜେଟକୁ ମଞ୍ଜୁରୀ ମିଳିଛି । ସେହିପରି ବଜେଟ୍ ଆଗତ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.