ଆଉ କିଛି ସମୟ ପରେ ଉପସ୍ଥାପିତ ହେବ ବଜେଟ୍, ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ ଓ ଅନୁରାଗ ଠାକୁର

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ,୦୧/୦୨:  ସୋମବାର ଆଗତ ହେବ ଦେଶର ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ୧୧ଟାରେ ସଂସଦ ଭବନରେ ବଜେଟ୍ ଆଗତ କରିବେ । ଏଥର ପେପରଲେସ୍ ବଜେଟ ହେବ । ଏହାମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆସି ପହଁଚିଛନ୍ତି ।

କରୋନା ସଙ୍କଟରେ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଏହି ବଜେଟରେ କିଛି ବ୍ୟବସ୍ଥା ରହିପାରେ । ତେଣୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସାରା ଦେଶର ନଜର ଏହା ଉପରେ ରହିଛି । ଟ୍ୟାକ୍ସ ହେଉ ବା ରୋଜଗାର ସମସ୍ତ ପ୍ରସଙ୍ଗରେ ଦେଶ ଅନେକ ଆଶା ରଖିଛି ।

ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସରକାରର କ୍ୟାବିନେଟ୍ ବୈଠକ ଆରମ୍ଭ ହେବ । ଯେଉଁଥିରେ ବଜେଟକୁ ମଞ୍ଜୁରୀ ମିଳିବ । ସେହିପରି ବଜେଟ୍ ଆଗତ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ।

ଏଥର ବଜେଟ୍‌ରେ ବ୍ୟାପକ ରୋଜଗାର ଅବସର ଏବଂ ଗ୍ରାମାଞ୍ଚଳ ବିକାଶ ଉପରେ ଖର୍ଚ୍ଚ ବଢାଇବା, ବିକାଶ ପାଇଁ ଅର୍ଥ ଆବଣ୍ଟନ, ହାରାହାରି କରଦାତାଙ୍କ ହାତରେ ଅଧିକ ଅର୍ଥ ଦେବା ଏବଂ ବିଦେଶୀ କର ଆକର୍ଷିତ କରିବା ପାଇଁ ନିୟମକୁ ସରଳ କରାଯିବାର ଆଶା କରାଯାଉଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ବିଜେଟ୍ କିଛି ଏହି ଧରଣର ହେଉ ଯାହା ଭବିଷ୍ୟତର ମାର୍ଗ ଦେଖାଇବ ଏବଂ ଦେଶର ଅର୍ଥବ୍ୟବସ୍ଥାକୁ ସଠିକ୍ ଟ୍ରାକକୁ ଆଣିବାରେ ସହାୟକ ହେବ । ଆର୍ଥିକ ବର୍ଷ ୨୦୨୧-୨୨ର ଐତିହାସିକ ବଜେଟ୍‌ରେ ସରକାରଙ୍କ ସମ୍ମୁଖରେ ଅର୍ଥବ୍ୟବସ୍ଥାକୁ ତତ୍କାଳ ପ୍ରୋତ୍ସାହନ ଦେବା ସହିତ ଦୀର୍ଘ ଭବିଷ୍ୟତ ପାଇଁ ମଜବୁତ ପ୍ରଦାନ କରିବା ଏକ  ବଡ ଆହ୍ଵାନ ହେବ। ସରକାରଙ୍କ ଅନୁଯାୟୀ ମହାମାରୀରର ସବୁଠୁ ଖରାପ ସମୟ ସମାପ୍ତ ହୋଇ ସାରିଛି ଏବଂ ଅର୍ଥ ବ୍ୟବସ୍ଥା ଏବେ ଟ୍ରାକକୁ ଫେରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.