୨୦୨୧ ବଜେଟ୍ ଉପସ୍ଥାପନ ବେଳେ ଲାଗିବ କରୋନା ଝଟକା ! କୋଭିଡ୍ ଉପକର ଲାଗୁ କରିପାରନ୍ତି କେନ୍ଦ୍ର ସରକାର

Published By : Prameya-News7 Bureau | January 16, 2021 IST

ନୂଆଦିଲ୍ଲୀ ୧୬/୦୧ : କରୋନା ଭାଇରସ ବିରୁଦ୍ଧରେ ପୁରା ବିଶ୍ବର ସବୁଠାରୁ ବଡ ଟିକାକରଣ ଅଭିଯାନ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ମହାମାରୀ ବିରୁଦ୍ଧରେ ଯୁଦ୍ଧ ଜିତିବା ପାଇଁ     ଖର୍ଚ୍ଚ ହୋଇଥିବା ଅତିରିକ୍ତ ଅର୍ଥର ଭରଣା ପାଇଁ ମୋଦି ସରକାର ଉପକର ଲଗାଇବା ଉପରେ ବିଚାର କରୁଛନ୍ତି । ୧ ଫେବୃୟାରୀ ୨୦୨୧ ଦିନ ୧୧ଟା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ ।

ତେବେ ଶୁଣିବାକୁ ମିଳୁଛି ଭ୍ୟାକସିନ୍‌ ଖର୍ଚ୍ଚ ଭରଣା ପାଇଁ ସରକାର ସାଧାରଣ ବଜେଟ୍‌ରେ ଭ୍ୟାକସିନ୍‌ ଉପକର ଲଗାଇପାରନ୍ତି । ଏହା ଏଥିପାଇଁ ଲାଗୁହୋଇପାରେ କାରଣ ମହାମାରୀ ସମୟରେ ଦେଶର ରାଜସ୍ବ ଆଦାୟ ସମ୍ପୂର୍ଣ୍ଣଭାବେ ଅକାମୀ ହୋଇଯାଇଥିଲା । ପ୍ରତିରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅଧିକ ଫଣ୍ଡ୍ ଆବଶ୍ୟକତା ରହିଛି । ଆର୍ଥିକ ଗତିବିଧିକୁ ବଢାଇବା ପାଇଁ ଇନଫ୍ରାଷ୍ଟ୍ରକଚର ଏବଂ ଅଧିକ ରୋଜଗାର ଦେଉଥିବା କ୍ଷେତ୍ରଗୁଡିକରେ ଅଧିକ ଫଣ୍ଡ ଦେବାକୁ ମଧ୍ୟ ଚାପ ସୃଷ୍ଟି ହୋଇପାରେ । ଏଥିପାଇଁ ସରକାରଙ୍କ ଟ୍ରେଜେରୀ ଉପରେ ଅଧିକ ଚାପ ପଡିବ । ଭ୍ୟାକସିନ୍‌ର ଖର୍ଚ୍ଚ ପିଏମ କେୟାରର୍ସ ଫଣ୍ଡ ଉଠାଇବ ।

ବର୍ତ୍ତମାନ ଦେଶର ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ପାଇଁ ସରକାରଙ୍କ ଏକ କମିଟି ଏବଂ ଟ୍ୟାକ୍ସ କନସଲଟାଣ୍ଟ୍ ଭ୍ୟାକସିନ୍‌ ଉପରେ ଟ୍ୟାକ୍ସ ଲଗାଇବା ସପକ୍ଷରେ ଅଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଦେଶରେ କରୋନା ଭ୍ୟାକସିନ୍‌ ଅଭିଯାନରେ ପ୍ରାୟ ୬୦ ହଜାରରୁ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ।

ସପ୍ତଦଶ ଲୋକସଭାର ପଞ୍ଚମ ଅଧିବେଶନ ଜାନୁଆରୀ ୨୯ ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ଏପ୍ରିଲ ୮ ରେ ଶେଷ ହେବାର ସମ୍ଭାବନା ରହିଛି । ଗୃହ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସକାଳ ୧୧ଟା ସମୟରେ ଏକକାଳୀନ ଉଭୟ ସଂସଦକୁ ସମ୍ବୋଧିତ କରିବେ । ଫେବୃଆରୀ ୧ ତାରିଖ ସକାଳ ୧୧ଟାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ଦେଶରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ଘୋଷଣା ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ୩୦ କୋଟି ଲୋକଙ୍କକୁ ଭ୍ୟାକସିନ୍‌ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଭାରତ ଏବଂ ଆମେରିକା ସମେତ ବିଶ୍ବର କେବଳ ତିନୋଟି ଦେଶ ଅଛନ୍ତି, ଯେଉଁମାନଙ୍କର ଜନସଂଖ୍ୟା ୩୦ କୋଟିରୁ ଅଧିକ । ଅନ୍ୟଦେଶମାନେ କହିଛନ୍ତି ଯେ, ଭାରତର ଟିକାକରଣର ବୃହତ ଅଭିଯାନର ଶକ୍ତି ଦର୍ଶାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.