ବଜେଟ୍ ୨୦୨୦ : ପିପିପି ମୋଡ୍‌ରେ ଚାଲିବ ୧୫୦ ଟ୍ରେନ୍, ୫୫୦ ଷ୍ଟେସନରେ ଓ୍ବାଇଫାଇ ବ୍ୟବସ୍ଥା

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୨: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ୨୦୨୦-୨୧ରେ ରେଳବାଇ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ହାଇ ସ୍ପିଡ୍ ଟ୍ରେନ୍ ଚଳାଇବା ପାଇଁ ବଜେଟ୍ ରେ ସବୁଠୁ ମହତ୍ବପୂର୍ଣ୍ଣ ଘୋଷଣା କରାଯାଇଛି । ସାରା ଦେଶରେ ୧୫୦  ହାଇ ସ୍ପିଡ୍ ଟ୍ରେନ୍ ଚଳାଚଳ କରାଯିବ ।

ଅର୍ଥ ବଜେଟ୍ ଅନୁଯାୟୀ ୧୫୦ ଟ୍ରେନ୍ ପିପିପି ମୋଡ୍ ରେ ଚଳାଚଳ କରାଯିବ । ଯାହା ତେଜସ ଭଳି ହେବ । ଏହା ବ୍ୟତୀତ ରେଳ ଧାରଣା ସହ ଖାଲି ଜମିର ବ୍ୟବହାର କରାଯିବ । ରେଳବାଇର ଖାଲି ପଡିଥିବା ଜମିରେ ସୋଲାର ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରାଯିବ । ଏହା ବ୍ୟତୀତ ସରକାର ଜମି ଜବରଦଖଲକୁ ମଧ୍ୟ ରୋକାଯିବ ।

ଅନ୍ୟପଟେ ୫୫୦ ରେଳ ଷ୍ଟେସନରେ ଓ୍ବାଇଫାଇ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ହୋଇଛି । ଟ୍ରେନ କୁ ଅପେକ୍ଷା କରିବା ସମୟରେ ଯାତ୍ରୀମାନେ ଏହାର ଉପଯୋଗ କରିପାରିବେ । ରେଳବାଇର ବୈଦ୍ୟୁତିକରଣ କରାଯିବ । ଡିଜେଲ ଦ୍ବାରା ଚାଲୁଥିବା ଇଞ୍ଜନର କମ୍ ବ୍ୟବହାର କରାଯିବ । ଏହାଦ୍ବାରା ପ୍ରଦୂଷଣ କମ୍ ହେବ । ଏହାସହ ଟ୍ରେନ୍ ଗୁଡିକର ସ୍ପିଡ୍ ବୃଦ୍ଧି ପାଇବ । ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ହାଇ ସ୍ପିଡ୍ ଟ୍ରେନ୍ ଚାଲିବ । ଏହାଦ୍ବାରା ଦୁଇ ସହର ମଧ୍ୟରେ ଯାତାୟତ ସୁବିଧାଜନକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.