Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଆୟକର ଛାଡ ସୀମା ୫ଲକ୍ଷକୁ ବୃଦ୍ଧି, ଉପକୃତ ହେବେ ୩କୋଟି ମଧ୍ୟବିତ୍ତ ଶ୍ରେଣୀ ଲୋକ

1/02/2019 at 1:45 PM

ନୂଆଦିଲ୍ଲୀ ୧|୨:  ଆଜି ସଂସଦରେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ଅନ୍ତରୀଣ ବଜେଟ୍ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆ ଆଖିଆଗର ରଖି ଉପସ୍ଥାପନ କରାଯାଇଛି । ମୋଦି ସରକାରଙ୍କ ଏହି ବଜେଟ୍ କୃଷକ, ମଧ୍ୟବିତ୍ତ ଶ୍ରେଣୀ, ପେନସନ ଭୋଗୀ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ବଡ ଉପହାର । ମୋଦି ସରକାର କରଦାତାଙ୍କୁ ବଜେଟ୍ ରେ ବଡ ଭେଟି ଦେଇଛନ୍ତି । ବଜେଟ୍ ରେ ଆୟକର ସୀମା ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏବେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡିବନାହିଁ ।

ଏହାସହ ପିଏଫ୍ ଏବଂ ବୀମା ଥିଲେ ୬.୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟାକ୍ସ ଦେବାକୁ ପଡିବ ନାହିଁ । ଟାକ୍ସ ସ୍ଲାବ୍ ରେ ଏହି ବଡ ପରିବର୍ତ୍ତନ ଫଳରେ ୩କୋଟି ମଧ୍ୟବିତ୍ତ ଶ୍ରେଣୀର ଲୋକ ଉପକୃତ ହେବେ । ଆୟକର ଛାଡ ସୀମା ବୃଦ୍ଧି ପାଇଁ ଆଗରୁ ବହୁ ଥର ଦାବି କରାଯାଇଥିଲା । ମାତ୍ର ଚଳିତ ବର୍ଷ ଲୋକସଭା ନିର୍ବାଚନ ଥିବାରୁ ଆୟକର ଛାଡ ସୀମା ବୃଦ୍ଧି କରାଯିବାର ଆଶା କରାଯାଉଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଆୟକର ସୀମା ୨.୫ ଲକ୍ଷ ଥିଲା । ଏହା ବ୍ୟତୀତ ୪୦ହଜାର ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ ଟାକ୍ସ ମଧ୍ୟ ଦେବାକୁ ପଡିବନାହିଁ । ପୂର୍ବରୁ ଏହା ୧୦ହଜାର ପର୍ଯ୍ୟନ୍ତ ଥିଲା । ଆୟକର ଛାଡ ସୀମା ବୃଦ୍ଧି ହେବା ପରେ ସେନସେକ୍ସରେ ପରିବର୍ତ୍ତନ ଆସିଛି ।

ଏହାସହ କର୍ମଚାରୀମାନଙ୍କ ଗ୍ରାଚ୍ୟୁଟି ୧୦ଲକ୍ଷ ଟଙ୍କାରୁ ବୃଦ୍ଧି କରି ୨୦ଲକ୍ଷ ପର୍ଯ୍ୟନ୍ତ କରାଯାଇଛି । ‘ଗ୍ରାଚ୍ୟୁଟି ପରିଶୋଧ (ସଂଶୋଧନ) ଅଧିନିୟମ, ୨୦୧୮’ ୨୯ମାର୍ଟ ୨୦୧୯ରୁ ଲାଗୁ କରିଦିଆଯାଇଛି । ‘ଗ୍ରାଚ୍ୟୁଟି ପରିଶୋଧ (ସଂଶୋଧନ) ଅଧିନିୟମ, ୨୦୧୮’ ୧୫ମାର୍ଚ୍ଚ ୨୦୧୮ ରେ ଲୋକସଭା ଏବଂ ୨୨ମାର୍ଚ୍ଚ ୨୦୧୮ରେ ରାଜ୍ୟସଭାରେ ପାରିତ ହୋଇଥିଲା । ଏହାକୁ ୨୯ମାର୍ଚ୍ଚ ୨୦୧୮ରୁ ଲାଗୁ କରିଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ କର୍ମଚାରୀଙ୍କ ଗ୍ରାଚ୍ୟୁଟି ସୀମା ୧୦ଲକ୍ଷ ଟଙ୍କାରୁ ବୃଦ୍ଧି କରି ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇଛି । ଏହାସହ ଷ୍ଟାଣ୍ଡାର୍ଡ ଡିଡକସନ୍ ୪୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

   Related Posts