Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ପ୍ରତିରକ୍ଷା କ୍ଷେତ୍ରରେ ଐତିହାସିକ ଘୋଷଣା ; ବଜେଟ୍ ୩ଲକ୍ଷ କୋଟି ଟପିଲା

1/02/2019 at 3:01 PM

ନୂଆଦିଲ୍ଲୀ ୧|୨:  ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୦୧୯ ର କାମଚଳା ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ଅନ୍ତରୀଣ ବଜେଟ୍ ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ମୋଦି ସରକାର । ଏହି ବଜେଟ୍ ରେ ପ୍ରତିରକ୍ଷା କ୍ଷେତ୍ରରେ ମୋଦି ସରକାର ୩ ଲକ୍ଷ କୋଟିର ବଜେଟ୍ ଘୋଷଣା କରିଛନ୍ତି । ଅନ୍ତରୀଣ ବଜେଟ୍ କୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ମୋଦି ସରକାରଙ୍କ ଏହି ବଜେଟ୍ ଘୋଷଣା ପ୍ରତିରକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷପ ବୋଲି କୁହାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଏହା ସବୁଠୁ ବଡ ବଜେଟ୍ । ଏହି ବଜେଟ୍ ଘୋଷଣା କରିବା ପରେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଆମର ସୈନିକ କଠିନରୁ ଅତି କଠିନ ପରିସ୍ଥିତିରେ ବି ଛିଡା ହୋଇ ଦେଶକୁ ରକ୍ଷା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ଭତ୍ତାରେ ମଧ୍ୟ ବୃଦ୍ଧି କରାଯାଇଛି ।

ପାକିସ୍ତାନ ଏବଂ ଚୀନ ସହ ସଂଘର୍ଷପୂର୍ଣ୍ଣ ସଂପର୍କକୁ ଦୃଷ୍ଟିରେ ରଖି ୨୦୧୯ର ବଜେଟ୍ ରେ ପ୍ରତିରକ୍ଷା କ୍ଷେତ୍ରରେ ବୃଦ୍ଧି ଆଶଙ୍କା କରାଯାଉଥିଲା । ଅର୍ଥମନ୍ତ୍ରୀ ଏହାକୁ ପୁରଣ ମଧ୍ୟ କରିଛନ୍ତି । ଗତବର୍ଷ ପ୍ରତିରକ୍ଷା ବଜେଟ୍ ରେ କରାଯାଇଥିବା ବୃଦ୍ଧି ଅପେକ୍ଷା ଚଳିତବର୍ଷ ଅଧିକ ବୃଦ୍ଧି କରାଯାଇଛି । ୨୦୧୮ର ପ୍ରତିରକ୍ଷା ବଜେଟ୍ ୨.୯୫ କୋଟି ଥିଲା । ଚଳିତବର୍ଷ ବଜେଟ୍ ରେ ୫ହଜାର କୋଟି ବୃଦ୍ଧି ହୋଇଛି । ଯେଉଁଠିକି ଗତଥର ପ୍ରତିରକ୍ଷା ବଜେଟ୍ ୨୦ହଜାର ବୃଦ୍ଧି ହୋଇଥିଲା । ୨୦୧୭ର ପ୍ରତିରକ୍ଷା ବଜେଟ୍ ଥିଲା ୨.୭୪ କୋଟି ଟଙ୍କା ।

   Related Posts