ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଅସୁସ୍ଥ, ଶ୍ବାସକ୍ରିୟା ଜନିତ ସମସ୍ୟା ଯୋଗୁ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | December 09, 2020 IST

କୋଲକାତା ୦୯/୧୨: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାକପାର ବରିଷ୍ଠ ନେତା ତଥା ବଙ୍ଗଳାର ପୂବର୍ତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି। ଏହା ପୂର୍ବରୁ ସେପ୍ଟେମ୍ବରରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପୂର୍ବ ଅପେକ୍ଷା ବୁଦ୍ଧଦେବ ଭଟାଚାର୍ଯ୍ୟ ଶ୍ବାସକ୍ରିୟା ଜନିତ ସମସ୍ୟା ବୃଦ୍ଧି ପାଇଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଶରୀରରେ ଅମ୍ଳଯାନ ୭୦ ପ୍ରତିଶତ ରହିଛି। ଯାହାକି ସାଧାରଣ ଶରୀରଠୁ ବହୁତ କମ। ଚିକିତ୍ସିତ ହେଉଥିବା ବେଳେ ମଧ୍ୟ ସେ ବାରମ୍ବାର ଘରକୁ ଫେରିବାକୁ କହୁଥିବା ଜଣାପଡ଼ିଛି।

ଲଗାତର ତାଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି। କିଛି ସମୟ ପରେ ତାଙ୍କୁ ହସ୍ପିଟାଲରେ ରଖାଯିବ କି ଘରକୁ ପଠାଯିବ ସେନେଇ କହିହେବ ବୋଲି ଡାକ୍ତରୀଦଳ କହିଛନ୍ତି। ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.