ଆଜି ବୁଦ୍ଧ ପୁର୍ଣିମା : ଜାଣନ୍ତୁ ଶୁଭ ମୁହୁର୍ତ୍ତ ଓ ଏହି ଦିନର ବିଶେଷତ୍ୱ

Published By : Prameya-News7 Bureau | May 18, 2019 IST

ଭୁବନେଶ୍ୱର ୧୮/୫ : ଆଜି ବୁଦ୍ଧ ପୁର୍ଣିମା । ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଆଜିର ଦିନକୁ ଆଗ୍ରହର ସହ ପାଳନ କରିଥାନ୍ତି । ଆଜି ବୁଦ୍ଧ ଧର୍ମର ସଂସ୍ଥାପକ ଭଗବାନ ବୁଦ୍ଧଙ୍କ ଜନ୍ମ ଜୟନ୍ତୀ । ଆଜିର ଦିନରେ ଭଗବାନ ବୁଦ୍ଧ ବୋଧଗୟା ଠାରେ ଅଶ୍ୱସ୍ଥ ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତ କରିଥିଲେ । ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଏ । ସେଛିପାଇଁ ହିନ୍ଦୁମାନଙ୍କ ପୋଇଁ ମଧ୍ୟ ଏହି ଦିନର ବିଶେଷ ମହତ୍ତ୍ନ ରହିଛି । ବୁଦ୍ଧ ପୁର୍ଣିମା ସହ ଆଜି ବୈଶାଖ ପୁର୍ଣିମା ମଧ୍ୟ ।

{"id":113204}

ବୈଶାଖ ମାସ ପୁର୍ଣିମି ତିଥିରେ ଭଗବାନ ବୁଦ୍ଧ ଜନ୍ମ ଗ୍ରହଣ କରିଥିଲେ । ଭଗବାନ ବୁଦ୍ଧ ବିଷ୍ଣୁଙ୍କ ନବମ ଅବତାର ବୋଲି କୁହାଯାଏ । ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ବନ୍ଧୁ ସୁଦାମା ବୈଶାଖ ପୁର୍ଣିମା ଦିନ ତାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ଭଗବାନ ଶ୍ରୀକୃଷ୍ଣ ସୁଦାମାଙ୍କୁ ସତ୍ୟ ବିନାୟକ ବ୍ରତର ବିଧି ବିଧାନ ସମ୍ପର୍କରେ ବୁଝାଇଥିଲେ । ସୁଦାମା ବିଧି ବିଧାନ ଅନୁଯାୟୀ ବ୍ରତ ପାଳନ କରିବା ପରେ ତାଙ୍କର ଦୁଃଖ କଷ୍ଟ ଦୂର ହୋଇଥିଲା । ଏହି ଦିନ ଧର୍ମରାଜଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଧର୍ମରାଜଙ୍କୁ ପୂଜା କରିବା ଦ୍ୱାରା ଅକାଳ ମୃତ୍ୟୁ ଯୋଗ ଦୂର ହୋଇଥାଏ ।

{"id":113205}

ଶୁଭ ମୁହୁର୍ତ୍ତ - ବୁଦ୍ଧ ପୁର୍ଣିମାର ଶୁଭ ମୁହୁର୍ତ୍ତ ମେ ୧୮ ତାରିଖ ସକାଳ ୪ଟା ୧୦ ମିନିଟରୁ ୧୯ ତାରିଖ ଭୋର ୨ଟା ୪୧ ମିନିଟ ପର୍ଯ୍ୟନ୍ତ ।

ବୁଦ୍ଧ ପୁର୍ଣିମା ଦିନ କଣ କରିବେ :

ବୁଦ୍ଧ ପୁର୍ଣିମା ଦିନ ଗଙ୍ଗାରେ ସ୍ନାନ କରିବେ ନଚେତ ସ୍ନାନ କରିସାରି ଗଙ୍ଗା ଜଳ ଛିଞ୍ଚିହେବେ ।

ଘର ମନ୍ଦିରରେ ଦୀପ ଲଗାଇ ବିଷ୍ଣୁଙ୍କ ଉପାସନା କରିବେ ।

ଘରର ମୁଖ୍ୟ ଦ୍ୱାରରେ ହଳଦୀ, ଚନ୍ଦନ କିମ୍ବା ସିନ୍ଦୁରରେ ସ୍ୱସ୍ତିକ କରିବେ ଏବଂ ଗଙ୍ଗା ଜଳ ଛିଞ୍ଚିବେ ।

ବୋଧି ବୃକ୍ଷ ନିକଟରେ ଦୀପ ଲଗାଇ ବୃକ୍ଷ ମୂଳରେ କ୍ଷୀର ଢାଳି ଫୁଲ ଅର୍ପଣ କରିବେ ।

{"id":113206}

ଗରୀବଙ୍କୁ ଭୋଜନ ଏବଂ କପଡା ଦାନ କରିବେ ।

ଯଦି ଘରେ କୌଣସି ପକ୍ଷୀ ରଖିଛନ୍ତି ତାହେଲେ ତାକୁ ମୁକ୍ତ କରିଦେବେ ।

ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ଜଳ ଅର୍ପଣ କରିବେ ।

{"id":113208}

ବୁଦ୍ଧ ପୁର୍ଣିମା ଦିନ କଣ କରିବେ ନାହିଁ :

ବୁଦ୍ଧ ପୁର୍ଣିମା ଶାକାହାରୀ ଭୋଜନ କରିବେ ।

ଘରେ କଳହ ସୃଷ୍ଟି କରିବେ ନାହିଁ ।

କାହା ପ୍ରତି ଅପଶବ୍ଦ ବ୍ୟବହାର କରିବେ ନାହିଁ ।

{"id":113209,"align":"center","width":582,"height":322}

ମିଛ କଥା କହିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.