ବୁଦା ମୂଳରେ ପଡିଛି ନରକଙ୍କାଳ, ଆସିଲା କେଉଁଠୁ ?

Published By : Prameya-News7 Bureau | July 31, 2021 IST

ତେଲକୋଇ,୩୧/୦୭: ବୁଦା ମୂଳରେ ପଡିଛି କଙ୍କାଳ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ପଞ୍ଚାୟତ କାଳିଆ ଗାଁ ନିକଟରେ ଏହି ନରକଙ୍କାଳ ଠାବ ହୋଇଛି ।

ସୂଚନାନୁସାରେ, ଶନିବାର ଘୁରୁଡିଆ ନାଳ ନିକଟ ବୁଦାମୂଳରେ ଏକ ନରକଙ୍କାଳ ପଡିଥିଲା । ସକାଳେ କିଛି ସ୍ଥାନୀୟ ଲୋକେ ନାଳକୁ ଶୌଚହେବାକୁ ଯାଇଥିଲେ । ସେମାନେ କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ ।  କେହି ହତ୍ୟା କରି ମୃତଦେହକୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପରେ ଏହା କଙ୍କାଳ ପାଲଟି ଯାଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.