Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନାରେ ଅପମିଶ୍ରଣ ମାଡ଼ ! ଦିଲ୍ଲୀରେ ‘କୁଟ୍ଟୁ ଅଟା’ ହେଲା ବିଷ, ନବରାତ୍ରି ପ୍ରଥମ ଦିନରେ ୫ଶହ ଅସୁସ୍ଥ

14/04/2021 at 10:32 PM

ନୂଆଦିଲ୍ଲୀ ୧୪।୪:  ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ କରୋନା ପ୍ରକୋପ କରୁଛି। ଏଥିରେ ଅପମିଶ୍ରିତ ଖାଦ୍ୟ ଲୋକଙ୍କ ଜୀବନକୁ ବିପଦରେ ପକାଇବା ଚର୍ଚ୍ଚାର ବିଷୟ ପାଲଟିଛି। ସାରା ଦେଶରେ ଚୈତ୍ର ନବରାତ୍ର ଆରମ୍ଭ ହୋଇଯାଇଛି। ପୂର୍ବ ଦିଲ୍ଲୀରେ ନବରାତ୍ର ବ୍ରତ ରଖିଥିବା ଲୋକେ କୁଟ୍ଟୁ ଅଟା ( ବକହ୍ୱେଟ୍‌) ପ୍ରସ୍ତୁତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଥିବା ବେଳେ ସେମାନଙ୍କୁ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକକାଳୀନ ୫ଶହ ଲୋକେ ଅସୁସ୍ଥ ହୋଇପଡିଥିବା ବେଳେ ପୋଲିସ ମାମଲାରେ ଜଣେ ଦୋକାନୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି। 

ବ୍ରତ ଉପବାସରେ ଉତ୍ତର ଭାରତୀୟ ଲୋକେ ବିଶେଷ ଧରଣର ମଞ୍ଜିରୁ ପ୍ରସ୍ତୁତ ଅଟ୍ଟାକୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଲାଗି ଉପଯୋଗ କରିଥାନ୍ତି। ଏହି କ୍ରମରେ ନବରାତ୍ର ପ୍ରଥମ ଦିନ ଉପବାସ କରିଥିବା ଲୋକେ କୁଟ୍ଟୁ ଅଟାରେ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ। ପୂର୍ବ ଦିଲ୍ଲୀ ଡିସିପି ଦୀପକ ଯାଦବ ମାମଲାରେ କଲ୍ୟାଣପୁରର କିରାନା ଦୋକାନୀ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଥିବା କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ମୋଟ ୫୨୬ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସମସ୍ତ ଅସୁସ୍ଥ ଲାଲବାହାଦୂର ଶାସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୪-୫ଜଣଙ୍କୁ ଛାଡି ଅନ୍ୟମାନେ ହସ୍ପିଟାଲରୁ ବୁଧବାର ଡିଶ୍ଚାର୍ଜ ହୋଇଗଲେଣି। ତେବେ କେବଳ କଲ୍ୟାଣପୁର ନୁହେଁ ପୂର୍ବ ଦିଲ୍ଲୀର ତ୍ରୈଲୋକ୍ୟପୁର ଓ ଅନ୍ୟ ଅଞ୍ଚଳରେ ମଧ୍ୟ ଲୋକେ ସମାନ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଛନ୍ତି। ହୁଏତ ଏହା ଖାଦ୍ୟ ଅପମିଶ୍ରଣ ମାମଲା ହୋଇ ପାରେ ନଚେତ ଖରାପ ସାମଗ୍ରୀ ବିକ୍ରି ଯୋଗୁ ଏପରି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ତେବେ ଡିସିପି ଯାଦବଙ୍କ ଅନୁସାରେ କଲ୍ୟାଣପୁରର ବଣ୍ଟି ଜେନେରାଲ ଷ୍ଟୋର ମାଲିକଙ୍କ ବିରୋଧରେ ଥାନାରେ ଆଇପିସିର ଧାରା ୨୭୩ (ଖାଦ୍ୟ ଅପମିଶ୍ରଣ) , ୨୮୪( ବିଷାକ୍ତ ଖାଦ୍ୟକୁ ନେଇ ବେପରୁଆ ମନବୃତ୍ତି)  ଓ ୩୩୭ (ଲୋକଙ୍କ ସୁରକ୍ଷାକୁ ବିପଦରେ ପକାଇବା) ରେ ମୋକଦ୍ଦମା ରୁଜୁ କରାଯାଇ ମାମଲାର ତଦନ୍ତ ଜାରି ରହିଛି।

   Related Posts