କରୋନା କାଳରେ ବଢିଲା ବ୍ୟୁବୋନିକ ପ୍ଲେଗର ବିପଦ: କଙ୍ଗୋରେ ୧୫ ନୂଆ କେସ, ୧୧ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | May 27, 2021 IST

ନୂଆଦିଲ୍ଲୀ ୨୭/୫: ମହାମାରୀ କାଳରେ ଦେଖାଦେଇଛି ଆଉ ଏକ ବିପଦ । ଆଫ୍ରିକାର କଙ୍ଗୋରେ ପୁଣି ମାତିଲା ବ୍ୟୁବୋନିକ ପ୍ଲେଗ । ଗତବର୍ଷ ଭଳି ଏବର୍ଷ ମଧ୍ୟ ରୋଗ କଲବଲ କଲାଣି । କଙ୍ଗୋରେ ଏହି ରୋଗରେ ୧୫ ଟି ନୂଆ କେସ୍ ଚିହ୍ନଟ ସହ ୧୧ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହାକୁ 'କଳା ମୃତ୍ୟୁ' ବା 'ବ୍ଲାକ୍କ ଡେଥ୍' ମଧ୍ୟ କୁହାଯାଏ । ବ୍ୟୁବୋନିକ୍ ପ୍ଲେଗ୍ ହେଉଛି ଅଧିକ ସଂକ୍ରାମକ । ଜୀବନ ପ୍ରତି ବିପଦଜନକ ରୋଗ । ଯାହା ମୂଷାଙ୍କ ମାଧ୍ୟମରେ ମଣିଷଙ୍କ ନିକଟରେ ବ୍ୟାପିଥାଏ ।

ବ୍ରିଟିଶ ୱେବସାଇଟ୍ 'ଦି ସନ୍'ର ରିପୋର୍ଟ ଅନୁଯାୟୀ, କଙ୍ଗୋର ଇଟୁରି ପ୍ରଦେଶରେ ବ୍ୟୁବୋନିକ୍ ମହାମାରୀର ରୂପ ନେଇଛି । ୨୩ ଏପ୍ରିଲରୁ ୮ ମଇ ମଧ୍ୟରେ ୧୧ ଜଣଙ୍କ ଜୀବନ ଗଲାଣି । ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେମାନେ ପ୍ରଥମେ ରକ୍ତ ବାନ୍ତି କରିବା ପରେ ମୃତ୍ୟୁହୋଇଥିଲା । ଇଟୁରୀର ପ୍ରାଦେଶିକ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ଲୁଇସ୍ ଶୁଲୋ କୁହନ୍ତି, "ରୋଗୀମାନଙ୍କଠାରେ ମୁଣ୍ଡବିନ୍ଧା, ଜ୍ୱର, କାଶ ଏବଂ ରକ୍ତ ବାନ୍ତିର ଲକ୍ଷଣ ଦେଖାଯାଇଥାଏ । "ଡକ୍ଟର ଶୁଲୋ ବ୍ୟାଖ୍ୟା କରିଛନ୍ତି, "ଏହି ରୋଗରୁ ପ୍ରଥମ ମୃତ୍ୟୁ ଜଣେ ମହିଳାଙ୍କ ମୃତ୍ୟୁ ଥିଲା । ତା’ପରେ ସେହି ଅଞ୍ଚଳରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ତା’ପରେ ଶେଷରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.