Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଜିଞ୍ଜର ଟି ,ଗ୍ରୀନ ଟି ପରେ ଏବେ ମାର୍କେଟକୁ ଆସିଗଲା ବବଲ୍ ଟି : ସ୍ବାସ୍ଥ୍ୟ ପାଇଁ ହଜାର ଗୁଣ ଲାଭପ୍ରଦ

2/04/2019 at 7:07 PM

ଆପଣ ଏବେ ଯାଏଁ ବ୍ଲାକ୍ ଟି,ଗ୍ରୀନ ଟି,ମିଲ୍କ ଟି,ହର୍ବଲ ଟି,ଲେମନ ଟି, ୟେଲୋ ଟି ଏବଂ ଜିଞ୍ଜର ଟି ର ନାଁ ଶୁଣି ଆସିଥିବେ। କିନ୍ତୁ ଏବେ ମାର୍କେଟରେ ନୂଆ ପ୍ରକାର ଚାହା ଆସିଛି। ଯାହାର କ୍ରେଜ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଚାହାର ନାଁ ହେଉଛି ବବଲ ଟି। ଏହି ଚାହା ଏବେ ଚର୍ଚ୍ଚାରେ ରହିଛି କିନ୍ତୁ ଏହାର ଉତ୍ପତ୍ତି ଅନେକ ବର୍ଷ ଆଗରୁ ହୋଇଛି। ଏହାର ଉତ୍ପତ୍ତି ୧୯୮୦ମସିହାରେ ତାଇଓ୍ବାନରେ ହୋଇଥିଲା କିନ୍ତୁ ଏବେ ଧୀରେ ଧୀରେ ବିଶ୍ବବ୍ୟାପି ଲୋକପ୍ରିୟ ହେଉଛି।

ଏବେ ଆପଣ ଭାବୁଥିବେ ଯେ ଏହି ଚାହାର ନାଁ ବବଲ ଟି କାହିଁକି କୁହାଯାଉଛି। ଏହାର ନାଁ ଏଥିରେ ଥିବା ଉପାଦାନ ପାଇଁ ଦିଆଯାଇଛି। ଏହାକୁ ପର୍ଲ ମିଲ୍କ ଟି ମଧ୍ୟ କୁହାଯାଉଛି। ବବଲର ଅର୍ଥ ହେଉଛି ଗୋଲ ଗୋଲ ଜେଲି ଭଳି ସାବୁଦାନା ଯେଉଁଗୁଡ଼ିକୁ ଚାହାରେ ମିଶାଯାଉଛି। ଏହା ସହିତ ଏଥିରେ ବରଫ ମଧ୍ୟ ମିଶାଯାଉଛି।

ଏହି ବବଲ ଚାହାର ସ୍ବାଦ ସାଧାରଣ ଚାହାଠୁ ପୂରା ଅଲଗା। ଏହାକୁ ପ୍ରସ୍ତୁତ କରିବା ପାଇଁ କେଉଁ ଫଳ ଏବଂ ସିରପର ବ୍ୟବହାର କରାଯାଇଥାଏ ତାହା ଗୁରୁତ୍ବପୂର୍ଣ୍ଣ। ଏକ କପ୍ ବବଲ୍ ଚାହା ଯେଉଁଥିରେ ପାଳୁଅ ବଲ୍ ରହିଥାଏ ଏଥିରେ ୨୯୯ରୁ ୪୦୦ମଧ୍ୟରେ କ୍ୟାଲୋରୀ ରହିଥାଏ।

ବବଲ୍ ଟି ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭପ୍ରଦ। ଏଥିରେ ଆପଣଙ୍କୁ ଠିକ୍ ଉପାଦାନ ଏବଂ କମ୍ ଚିନି ପ୍ରୟୋଗ କରିବାକୁ ପଡ଼ିବ। ଅଧିକ ଚିନି ମିଶାଇଲେ କ୍ୟାଲୋରୀର ମାତ୍ରା ବଢ଼ିଯିବ ଏବଂ ଅଧିକ ମାତ୍ରାର ପାନୀୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ୧୯୯୦ମସିହାରେ ଏହି ଚାହା ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା।

ବବଲ ଟିର ସବୁଠୁ ଲୋକପ୍ରିୟ ଫ୍ଲେବର ଗ୍ରୀନ ଟି ଯେଉଁଥିରେ କ୍ୟାଟେଚିନ୍ ଏବଂ ପଲିଫେନୋଲ୍ ନାମକ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ଏବଂ ଥକ୍କାପଣ ଏବଂ ମାନସିକ ଚିନ୍ତାକୁ ମଧ୍ୟ ଦୂର ରଖିଥାଏ। ଏହା ଶକ୍ତିବର୍ଦ୍ଧକ ହୋଇଥାଏ।   

   Related Posts