ଆଜି ଓଡ଼ିଶା ଆସୁଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ

Published By : Prameya-News7 Bureau | April 02, 2019 IST

ଭୁବନେଶ୍ବର ୨|୪ : ଆଜି ଓଡ଼ିଶା ଆସୁଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଭୁବନେଶ୍ବରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ ମାୟାବତୀ । ବିଜେପି ଓ କଂଗ୍ରେସକୁ ଛାଡ଼ି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ଯେମିତି କେନ୍ଦ୍ରରେ ସରକାର ଗଢ଼ିବାରେ ମୁଖ୍ୟ ଭୂମିକା ତୁଲାଇବେ, ସେନେଇ ପ୍ରୟାସ କରୁଛନ୍ତି ମାୟାବତୀ । ତେଣୁ ଆଜିର ସଭାରେ ମାୟାବତୀଙ୍କ ବିଜେଡି ସୁପ୍ରିମୋଙ୍କ ପ୍ରତି କେମିତି ମନୋଭାବ ରହିବ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ସେହିପରି ଆଜିର ସଭାରେ ମାୟାବତୀ ଆଗାମୀ ସାଧାରଣ ନିର୍ବାଚନ ପାଇଁ କିଛି ବିଏସପି ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି କିଛି ଦିନ ତଳେ କଂଗ୍ରେସ ଛାଡ଼ି ହାତୀ ପିଠିରେ ବସିଥିବା କୃଷ୍ଣ ଶଗରିଆ ଭୁବନେଶ୍ବର ଲୋକସଭା ଆସନରୁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ମଧ୍ୟ  ଆଜି ଘୋଷଣା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.