Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ଭୁଲ୍‌ରେ ପଦ୍ମ ଚିହ୍ନରେ ଭୋଟ୍ ଦେଇ ଅଙ୍ଗୁଠି କାଟିଲେ ବିଏସ୍‌ପି ସମର୍ଥକ

19/04/2019 at 11:51 AM

ଲକ୍ଷ୍ନୌ ୧୯|୪: ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ର ଜଣେ ସମର୍ଥକ ଭୁଲରେ ବିଜେପିକୁ ଭୋଟ୍‌ ଦେଇଦେବାରୁ ନିଜ ଅଙ୍ଗୁଳି କାଟିଦେଇଛନ୍ତି । ବୁଲନ୍ଦସର୍‌ ଅନ୍ତର୍ଗତ ଶିକରପୁର ଅଞ୍ଚଳର ଏକ ବୁଥ୍‌ରେ ଏହି ଘଟଣା ଘଟିଛି ।

ଗତକାଲି ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଦଳିତ ଭୋଟର ପୱନ କୁମାର ଅତି ଆଗ୍ରହର ସହ ଭୋଟ୍‌ ଦେବାକୁ ଯାଇଥିଲେ । ବିଏସ୍‌ପିର ଜଣେ ଦୃଢ ସମର୍ଥକ ହୋଇଥିବାରୁ ସେ ବିଏସ୍‌ପି-ଆର୍‌ଏଲ୍‌ଡି ମେଣ୍ଟ ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ ଭୋଟ୍‌ ଦେଇଥାନ୍ତେ । କିନ୍ତୁ ଭୁଲ ବଶତଃ ସେ ବିଜେପି ପ୍ରାର୍ଥୀ ଭୋଲା ସିଂହଙ୍କୁ ଭୋଟ୍‌ ଦେଇଥିଲେ । ଭୋଲା ସିଂହ ଏବେ ଏଠାରେ ଲୋକସଭା ସାଂସଦ ରହିଛନ୍ତି । ନିଜର ଏଭଳି ଭୁଲ ପାଇଁ ସେ ବହୁତ ପଶ୍ଚାତ୍ତାପ କରିଥିଲେ । ତେଣୁ ମନ ଦୁଃଖରେ ସେ ଘରକୁ ଫେରିଥିଲେ । ଶେଷରେ କିଛି ସମୟ ପରେ ଘରେ ପଡ଼ିଥିବା ଏକ ଚପରରେ ନିଜ ଆଙ୍ଗୁଠିକୁ କାଟିଦେଇଥିଲେ ।

ଏ ନେଇ ଟ୍ବିଟର୍‌ରେ ସେ ସମସ୍ତଙ୍କୁ ଜଣାଇଛନ୍ତି । ଏଭଳି ଏକ ବଡ଼ ଭୁଲ ଯୋଗୁଁ ଶେଷରେ ନିଜକୁ ଦଣ୍ଡିତ କରିବାକୁ ପଡ଼ିଲା । ପୱନ୍ ନିଜକୁ ବିଏସ୍‌ପିର ଜଣେ ଦୃଢ଼ ସମର୍ଥକ ବୋଲି ଦାବି କରିଛନ୍ତି । ପୱନଙ୍କ ଘର ଶିକରପୁର ଅଞ୍ଚଳର ଅବ୍‌ଦୁଲ୍ଲାପୁର ହୁଲସାନ୍‌ ଗ୍ରାମରେ ବୋଲି ଜଣାପଡ଼ିଛି ।

   Related Posts