Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଅଖିଳେଶ ଯାଦବଙ୍କୁ ଭେଟିଲେ ବିଏସପିରୁ ବିତାଡିତ ୯ ବିଧାୟକ, ବିଧାନସଭା ନିର୍ବାଚନ ଥିବାରୁ ଦଳରେ ଯୋଗଦେବା ନେଇ ଚର୍ଚ୍ଚା

15/06/2021 at 2:52 PM

ଲକ୍ଷ୍ନୌ ୧୫/ ୦୬ : ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଆଉ ମାତ୍ର କିଛି ମାସ ବାକି ଅଛି । କିନ୍ତୁ ରାଜ୍ୟରେ ଏବେ ଠାରୁ ମାହୋଲ ସରଗରମ ହୋଇଗଲାଣି । ଖାସ କରି ୩ ପ୍ରମୁଖ ପ୍ରତିଦ୍ବନ୍ଦି ବିଜେପି, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଏବେ ଠାରୁ ମୈଦାନ ଉପରକୁ ଆସିସାରିଲେଣି । ନିର୍ବାଚନ ପାଇଁ ଏହି ୩ ଦଳଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦଳୀୟ କନ୍ଦଳ ଏବେ ପ୍ରମୁଖ କାରଣ ପାଲଟିଛି । ଆଗକୁ ନିର୍ବାଚନ ଥିବାରୁ ନେତାଙ୍କ ଦଳ ଡିଆଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯିବ ।


୩ଟି ଯାକ ପାର୍ଟି ନେତାଙ୍କ ମଧ୍ୟରେ ଟକରାଟକରି ମଧ୍ୟ ଆରମ୍ଭ ହୋଇଗଲାଣି । ଏହାର ଏକ ଉଦାହରଣ ମଙ୍ଗଳବାର ଲକ୍ଷ୍ନୌରେ ଦେଖିବାକୁ ମିଳିଛି । ଦଳ ବିରୋଧୀ କାମ ପାଇଁ ବହୁଜନ ସମାଜବାଦୀ ପାର୍ଟିରୁ ନିକଟରେ ବିହଷ୍କୃତ ହୋଇଥିବା ୯ ଜଣ ବିଧାୟକ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି । ଦଳରୁ ବିଦା ହେବା ପରେ ଏହି ୯ ଜଣ ବିଧାୟକ ଅନ୍ୟ ଦଳମାନଙ୍କ ସହିତ ସମ୍ପର୍କରେ ଥିଲେ ।


ତେବେ ଏହାରି ମଧ୍ୟରେ ଉତ୍ତର ପ୍ରଦେଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଫାଇଦା ଉଠାଇ ନେଇଥିବା ଚର୍ଚ୍ଚା ହେଉଛି । ବିଏସପିରୁ ବିଦା ହୋଇଥିବା ନେତାମାନଙ୍କୁ ସମାଜବାଦୀ ପାର୍ଟି କୋଳେଇ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ହେଲେ ଉଭୟ ବିଜେପି ଏବଂ ବିଏସପି ପାଇଁ ଏହା ଚିନ୍ତାର ବିଷୟ ପାଲଟିବା ଆପାତତଃ ସ୍ପଷ୍ଟ ଜଣାପଡୁଛି । ଏପରିକି ବଏସପିରୁ ବିଦା ହୋଇଥିବା ବିଧାୟକମାନେ ଏସପି ସହ ମିଶି ଆଗାମୀ ୨୦୨୦ ବିଧାନସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଖୁବଶୀଘ୍ର ବହିଷ୍କୃତ ବିଧାୟକମାନେ ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏ ନେଇ ଅଖିଳେଶ ଯାବଦ କିଛି ସ୍ପଷ୍ଟ କରିନାହାନ୍ତି ।

   Related Posts