ଦିନ ଦ୍ବିପ୍ରହରେ ବହୁଜନ ସମାଜବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା

Published By : Prameya-News7 Bureau | May 28, 2019 IST

ବିଜନୌର ୨୮/୫ : ଉତ୍ତର ପ୍ରଦେଶ ବିଜନୌର ଜିଲ୍ଲାରେ ଦିନ ଦ୍ବିପ୍ରହରରେ କିଛି ଅଜଣା ଦୁର୍ବୁତ୍ତ ବହୁଜନ ସମାଜ ପାର୍ଟି ନେତା ହାଜି ଏହସାନ ଏବଂ ତାଙ୍କ ଭଣଜା ସାଦାବଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟା ପରେ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ହତ୍ୟା ପରେ ସ୍ଥାନୀୟ ଅଂଚଳରେ ହଇଚଇ ସୃଷ୍ଟି ହୋଇଥିଲା ।

wp:core-embed/twitter {"url":"https://twitter.com/ANINewsUP/status/1133338548726304769","type":"rich","providerNameSlug":"twitter","className":""}
https://twitter.com/ANINewsUP/status/1133338548726304769
/wp:core-embed/twitter

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣା ବେଳେ ହାଜି ଏହସାନ ନିଜ ଅଫିସରେ ବସି ଏକ ଧାର୍ମିକ ଗ୍ରନ୍ଥ ପଢୁଥିଲେ । ସେତେବେଳେ ୨ ଜଣ ଅଜଣା ଯୁବକ ଏକ ମିଠା ଡବା ଧରି ଅଫିସକୁ ଆସିଥିଲେ ଏବଂ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । 

ହାଜି ଏହସାନ ଏବଂ ତାଙ୍କ ଭଣଜାଙ୍କୁ ଗୁଳି ବାଜିଥିଲା । ଉଭୟଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ହାଜି ଏହସାନ ନଜିବାବାଦ ବହୁଜନ ସମାଜବାଦୀ ପାର୍ଟି ବିଧାନସଭା ପ୍ରଭାରୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.