ବହୁଜନ ସମାଜବାଦୀ ପାର୍ଟିର ନେତାଙ୍କୁ ହନିଟ୍ରାପ, ୨କୋଟି ଟଂକା ସହ ପ୍ରତିଶୋଧ ନେବାକୁ ଚାହୁଁଥିଲା ଯୁବତୀ
16/02/2019 at 9:29 PM

ବାଦଲପୁର ୧୬/୨- ବହୁଜନ ସମାଜବାଦୀ ପାର୍ଟିର ପୂର୍ବତନ ମନ୍ତ୍ରୀ କରତାର ସିଂ ଙ୍କୁ ହନିଟ୍ରାପ ଯୋଜନା କରି ଜଣେ ଯୁବତୀ ବିଫଳ । ଏଥିସହ ଏହି ଯୋଜନାରେ ସାମିଲଥିବା ଜଣେ ଯୁବକଙ୍କୁ ମଧ୍ୟ ପୋଲିସ କରିଛି ଗିରଫ ।
ବାଦଲପୁରର ବହୁଜନ ସମାଜବାଦୀ ପାର୍ଟିର ଜଣେ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ଜଣେ ଯୁବତୀ ହନିଟ୍ରାପ କରିବାକୁ ପ୍ରୟାସ କରି ବିଫଳ ହେବା ପରେ ପୋଲିସ ଦ୍ଵାରା ହୋଇଛି ଗିରଫ । ପୋଲିସ କହିବା ଅନୁସାରେ ଯୁବତୀ ନେତାଙ୍କ ଠାରୁ ମୋଟା ଅଂକର ଟଂକା ଆଦାୟ କରିବା ସହ ପ୍ରତିଶୋଧ ନେବାକୁ ଏପରି ଯୋଜନା ତିଆରି କରିଥିଲେ ।
ଯୁବତୀ ବାରମ୍ବାର କରତାର ସିଂକୁ ଫୋନ କରୁଥିଲେ । ବିଭିନ୍ନ ଜାଗାକୁ ମଧ୍ୟ ଦେଖା କରିବାକୁ ଡ଼ାକୁଥିଲେ । ଏପରିକି ହ୍ଵାଟସଆପକୁ ମଧ୍ୟ ବିଭିନ୍ନ ସମୟରେ ମେସେଜ ଦେଉଥିଲେ । ଫୋନକରି ପ୍ରେମାଳାପ କରିବାକୁ ଚାହୁଁଥିଲେ । କିନ୍ତୁ କରତାର ସିଂ ଏହି ଘଟଣାରେ ମୌନ ରହିଥିଲେ । ସେ ଦେଖା ନକଲେ ତାଙ୍କୁ ହଇରାଣ କରିବେ ଓ ତାଙ୍କ ନାଁରେ ଅଭିଯୋଗ ଆଣିବା କଥା ମଧ୍ୟ ପରୋକ୍ଷରେ ଧମକାଇଥିଲେ ।
ଫଳରେ କରତାର ସିଂ ଏହି ଘଟଣାରେ ପୋଲିସର ଆଶ୍ରୟ ନେଇଥିଲେ ।
ପୋଲିସ କହିବା ଅନୁସାରେ ଗୌତମବୁଦ୍ଧ ଜିଲ୍ଲା ଲୋକସଭା ଆସନରୁ ଯୁବତୀଙ୍କର ଜଣେ ବନ୍ଧୁ ଟିକେଟ ପାଇଥିଲେ । କିନ୍ତୁ କରତାର ସିଂ ତାଙ୍କୁ ଏକ ଦୁଷ୍କର୍ମ ମାମଲାରେ ଛନ୍ଦି ଟିକେଟ କାଟିଦେଇଥିଲେ । ଏହି ଘଟଣାରେ ପ୍ରତିଶୋଧ ନେବାକୁ ସେ ଚାହୁଁଥିଲେ ବୋଲି ପୋଲିସ ଆଗରେ ପ୍ରକାଶ କରିଛନ୍ତି ଯୁବତୀ ।
କରତାର ସିଂ ଦେଖା କରିବା ପରେ ତାଙ୍କ ସହ ସଂପର୍କ ଯୋଡ଼ି ଫଟୋ ଉଠାଇ ବ୍ଲାକମେଲ କରିବା କଥା କହିଛନ୍ତି ଯୁବତୀ । ଏହାସହିତ ୨କୋଟି ଟଂକା ମଧ୍ୟ ସେ ଦାବୀ କରିଥାନ୍ତେ ବୋଲି କହିଛନ୍ତି । କିନ୍ତୁ ତାଙ୍କର ସମସ୍ତ ପ୍ରୟାସ ଭଣ୍ଡୁର ହୋଇଯାଇଥିଲା ।
ଏହି ଘଟଣାରେ ଯୁବତୀଙ୍କ ସହ ଆଉଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । 4
\’3f\u2879\’3f