ମୋଦିଙ୍କୁ ଭୋଟ ନଦେବା ପାଇଁ ମୁସଲମାନ ସମାଜକୁ ଅପିଲ କଲେ ମାୟାବତୀ : ରିପୋର୍ଟ ମାଗିଲେ ନିର୍ବାଚନ ଆୟୋଗ

Published By : Prameya-News7 Bureau | April 07, 2019 IST

ଦେବବନ୍ଦ ୭/୪ : ଉତ୍ତର ପ୍ରଦେଶ ଦେବବନ୍ଦ ଥରେ ଆଜି ମହାମେଣ୍ଟ ରାଲି ଆୟୋଜିତ ହୋଇଥିଲା | ରାଲି ବେଳେ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ନିଜ ଭାଷଣରେ ମୁସଲମାନମାନଙ୍କୁ ଏକଜୁଟ ହେବାପାଇଁ ଅପିଲ କରିଥଲେ | ଏନେଇ ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ଥାନୀୟ ଜିଲ୍ଲା ପ୍ରଶାସନଙ୍କୁ ରିପୋର୍ଟ ମାଗିଛନ୍ତି |
କିଛି ଦିନ ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କ ପାଇଁ ନୋଟିସ ଜାରି କରିଥିଲେ | କୌଣସି ପ୍ରାର୍ଥୀ କୌଣସି ଜାତି ଧର୍ମ କିମ୍ବା ଆସ୍ଥା ନାଁରେ ଭୋଟ ମାଗିବେ ନାହିଁ ବୋଲି ଏଥିରେ କୁହାଯାଇଥିଲା | ଏଭଳି କରିବା ଆଦର୍ଶ ଆଚରଣ ବିଧି ଉଲଂଘନ ବୋଲି କହିଥିଲା ଆୟୋଗ | ଏଭଳି କରିବା ଦ୍ୱାର ସମ୍ପର୍କିତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

{"id":101252,"width":580,"height":325}


ମାୟାବତୀ ମୁସଲମାନମାନଙ୍କୁ ନିଜ ଭୋଟ ନ ବାଣ୍ଟିବା ପାଇଁ କହିଥିଲେ | ବିଜେପିକୁ ଟକ୍କର ଦେବା ଭଳି କଂଗ୍ରେସର ନାହିଁ, କିନ୍ତୁ ମହାମେଣ୍ଟ ପାଖରେ ଶକ୍ତିଶାଳୀ ଆଧାର ଅଛି | ଏଭଳି ସ୍ଥିତିରେ ଭୋଟ ଏପଟେ ସେପଟେ ନଦେଇ ମହାମେଣ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ ମାୟାବତୀ | ବିଜେପିକୁ ହରାଇବା ପାଇଁ ସେ ବିଶେଷକରି ମୁସଲମାନ ସମ୍ପ୍ରଦାୟର ଭୋଟରଙ୍କୁ ବିଜେପିକୁ ଭୋଟ ନଦେବା ପାଇଁ ଅପିଲ କରିଥିଲେ | ମୋଦି ସହ ଏବେ ଯୋଗୀଙ୍କୁ ମଧ୍ୟ ଯିବାକୁ ହେବ |

blob:https://videocdn.amarujala.com/ea599b64-5d66-49d9-b42d-0b5f51ecd582


ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଏକ ରାଲିରେ ଭାରତୀୟ ସେନାକୁ ମୋଦିଙ୍କ ସେନା ବୋଲି କହିଥିଲେ | ଯୋଗୀଙ୍କ ଏହି ଉକ୍ତିକୁ ବିରୋଧ କରିଥିଲେ ନିର୍ବାଚନ ଆୟୋଗ | ଭାରତୀୟ ସେନାକୁ ମୋଦିଙ୍କ ସେନା ନ କହିବା ପାଇଁ ଚେତାବନୀ ଦେଇଥିଲେ ନିର୍ବାଚନ ଆୟୋଗ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.