Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାହୁଲଙ୍କ ଭିଡିଓକୁ ନାଟକ ଦର୍ଶାଇଲେ ମାୟାବତୀ, କହିଲେ- ଶ୍ରମିକଙ୍କ ଦୁର୍ଦ୍ଦଶା ପାଇଁ କଂଗ୍ରେସ ଦାୟୀ

23/05/2020 at 4:07 PM

ଲକ୍ଷ୍ନୌ ୨୩।୦୫: କରୋନା ସଂକ୍ରମଣର ପ୍ରତିରୋଧ ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ର ସାହାରା ନେଲେ। ମାତ୍ର ଲକ୍‌ଡାଉନ୍‌ କାରଣରୁ ଦେଶର ଅନେକ ଭାଗରେ ପ୍ରବାସୀ ଶ୍ରମିକ ଫସି ରହିଲେ। ଏହି ପ୍ରସଙ୍ଗରେ ସରକାର ଏବେ ବିରୋଧୀ ଦଳଙ୍କ ଟାର୍ଗେଟ୍‌ରେ। ଶନିବାର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରବାସୀ ଶ୍ରମିକଙ୍କ ସହ କଥାବାର୍ତ୍ତା ହେଉଥିବାର ଏକ ଭିଡିଓ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଅପଲୋଡ୍ କରିଛନ୍ତି।

ସେ ଏଥିରେ ୨୦୨୦ ମେ ୧୬ରେ ଦିଲ୍ଲୀ ସ୍ଥିତ ସୁଖଦେବ ବିହାରର ଫ୍ଲାଏଓଭର ନିକଟରେ ଶ୍ରମିକଙ୍କ ସହ ହେଉଥିବା କଥାବାର୍ତ୍ତାର ଏକ ଅଂଶ ପୋଷ୍ଟ କରିଛନ୍ତି। ବିଏସପି ପ୍ରମୁଖ ମାୟାବତୀ ରାହୁଲଙ୍କ ଏହି ଭିଡିଓକୁ ନାଟକର ଆଖ୍ୟା ଦେଇଛନ୍ତି। ଏହା ସହିତ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଲାଗି ପୂର୍ବର କଂଗ୍ରେସ ସରକାର ଦାୟୀ ବୋଲି କହିଛନ୍ତି।

ମାୟାବତୀ ନିଜର ଟୁଇଟ୍‌ର ହ୍ୟାଣ୍ଡେଲରେ ଅନେକ ଟୁଇଟ୍‌ କରିଛନ୍ତି। ପ୍ରଥମ ଟୁଇଟ୍‌ରେ ସେ ଶ୍ରମିକଙ୍କ ଦୁର୍ଦ୍ଦଶା ପାଇଁ କଂଗ୍ରେସକୁ ଦାୟୀ କରି ଲେଖିଛନ୍ତି, ଆଜି ପୂରା ଦେଶ କରୋନା ଲକ୍‌ଡାଉନ୍‌ କାରଣରୁ କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ଯେଉଁ ଦୁର୍ଦ୍ଦଶା ଦେଖୁଛି ଏହାର ପ୍ରକୃତ ଦୋଷୀ କଂଗ୍ରେସ। ଯିଏ ସ୍ଵାଧୀନତା ପରେ ଏତେ ଲମ୍ବା ସମୟ ଧରି ଶାସନ କରିବା ପରେ ଯଦି ଲୋକଙ୍କ ଲାଗି ଭରଣ ପୋଷଣର ବ୍ୟବସ୍ଥା କରିଥାନ୍ତା ତେବେ ଆଜି ଶ୍ରମିକଙ୍କୁ ଅନ୍ୟ ରାଜ୍ୟକୁ ପଳାୟନ କରିବାକୁ ପଡିନଥାନ୍ତା ?

ଅନ୍ୟ ଏକ ଟୁଇଟ୍‌ରେ ମାୟାବତୀ ରାହୁଲ ଗାନ୍ଧୀଙ୍କ ୟୁଟ୍ୟୁବ୍‌ରେ ଅପଲୋଡ୍‌ କରିଥିବା ଭିଡିଓକୁ ନେଇ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଯେ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ସହ ସୁଖ ଦୁଃଖ ହେବା ସମ୍ବନ୍ଧିତ ଭିଡିଓରେ ରାହୁଲ ଅଧିକ ନାଟକ କରୁଥିବା ଜଣା ପଡୁଛି। ଯଦି କଂଗ୍ରେସ ଏହା କହିଥାନ୍ତା ଯେ, ସେମାନଙ୍କୁ ଭେଟିବା  ସମୟରେ କେତେ ଲୋକଙ୍କୁ ସାହାଯ୍ୟ କଲେ ତା କହିଥିଲେ ଭଲ ହୋଇଥାନ୍ତା।

ନିଜ ପାର୍ଟି ଲୋକଙ୍କୁ ଅପିଲ୍ କରି ମାୟାବତୀ କହିଛନ୍ତି, ବିଏସପିର ଲୋକଙ୍କୁ ପୁନର୍ବାର ଅପିଲ୍ କରୁଛି ଯେ, ଯେଉଁ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରିବା ସମୟରେ ଗାଁଠୁ ଦୂରରେ ରଖାଯାଇଛି ଏବଂ ସେମାନେ ଉଚିତ୍ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି, ସେହି ଲୋକଙ୍କୁ ନିଜର ଭାବି ମାନବିକ ସହାୟତା ଦେବାକୁ ଚେଷ୍ଟା କରନ୍ତୁ।

ଏହା ପୂର୍ବରୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଡ୍ରାମେବାଜ୍ ଦର୍ଶାଇ କହିଥିଲେ, ସେ ଶ୍ରମିକଙ୍କ ସହିତ ବସି, ତାଙ୍କ ସହ କଥା ହୋଇ ସେମାନଙ୍କର ସମୟ ବର୍ବାଦ କରିଛନ୍ତି। ସଡକରେ ବସି କଥା  ହେଲେ ଶ୍ରମିକଙ୍କ ସସମ୍ୟାର ସମାଧାନ ହେବ ନାହିଁ।

   Related Posts