ବିଏସଏନଏଲ ଲଞ୍ଚ କରିବ ୪ଜି ସେବା: ଖର୍ଚ୍ଚ ହେବ ୧୨ ହଜାର କୋଟି ଟଙ୍କା

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ୮/୧୧: ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଡିଟେଡ୍‌ (ବିଏସଏନଏଲ) ଆସନ୍ତା ଛଅ ମାସ ମଧ୍ୟରେ ୪ଜି ସେବା ଲଞ୍ଚ କରିବ। ଏଥିରେ କମ୍ପାନୀ ୧୨ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ ବୋଲି ସୂଚନା ମିଳିଛି। ୪୦ ହଜାର କର୍ମଚାରୀ ସ୍ବେଚ୍ଛା​‌କୃତ ଅବସର ନେବା ପାଇଁ ଆବେଦନ କରିଥିବା କଥା ବିଏସଏନଏଲର ଅଧ୍ୟକ୍ଷ ପି କେ ପୁରଓ୍ବାର ସୂଚନା ଦେଇଛନ୍ତି।

ଏକ ସାକ୍ଷାତକାରରେ ପୁରଓ୍ବାର କହିଛନ୍ତି ଯେ କମ୍ପାନୀରେ ଥିବା ଉପକରଣ ଗୁଡିକକୁ ଅପଗ୍ରେଡ୍‌ କରାଯାଉଛି। ଆସନ୍ତା ଛଅ ମାସ ମଧ୍ୟରେ କମ୍ପାନୀର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପୁରଓ୍ବାର କହିଛନ୍ତି। ଏଥିସହ କେଉଁ ସହରରେ ପ୍ରଥମ ୪ଜି ସେବା ଆରମ୍ଭ ହେବ ଏ ନେଇ ଚୟନ ପ୍ରକ୍ରିୟା ଚାଲିଛି।

ପୁରଓ୍ବାରଙ୍କ କହିବା ଅନୁସାରେ ୪୦ ହଜାର କର୍ମଚାରୀ ସ୍ବେଚ୍ଛାକୃତ ଅବସର ଲାଗି ଅବେଦନ କରିଛନ୍ତି। ୭୦ରୁ ୮୦ ହଜାର କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଦେବା ଲାଗି କମ୍ପାନୀ ଲକ୍ଷ୍ୟ ରଖିଛି। ଏଥିସହ ଗ୍ରୁପ ଏ ର ତିନି ହଜାର ଅଧିକାରୀ ସ୍ବେଚ୍ଛାକୃତ ଅବସର ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଗତବର୍ଷ ବିଏସଏନଏଲ ଓ ଏମଟିଏନଏଲର ପୁନରୁଦ୍ଧାର ଲାଗି ସରକାର ୬୯ କୋଟି ଟଙ୍କାର ପ୍ୟାକେଷ ଘୋଷଣା କରିଥିଲେ।

କର୍ମଚାରୀମାନେ ସ୍ବେଚ୍ଛାକୃତ ଅବସର ନେବା ଫଳରେ କମ୍ପାନୀ ୭ ହଜାର କୋଟି ଟଙ୍କାର ସଞ୍ଚୟ କରି ପାରିବ ବୋଲି ପୁରଓ୍ବାର କହିଛନ୍ତି। ଯେଉଁ କର୍ମଚାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ସେମାନେ ସ୍ବେଚ୍ଛାକୃତ ଅବସର ନେଇ ପାରିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.