Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବାସ୍ ଥରେ ଏତିକି ଟଙ୍କା ଦେଲେ ପ୍ରତିଦିନ ଏହି କମ୍ପାନୀ ଦେବ ୫ଜିବି ଡାଟା

15/01/2019 at 3:10 PM

ନୂଆଦିଲ୍ଲୀ ୧୫/୧: ଦେଶର ଏକମାତ୍ର ଟେଲିକମ୍ କମ୍ପାନୀ ଏକ ନୂଆ ବ୍ରଡବ୍ୟାଣ୍ଡ ପ୍ଲାନ୍ ଲଞ୍ଚ କରିଛି। ଯେଉଁଥିରେ ଗ୍ରାହକଙ୍କୁ ଅତ୍ୟନ୍ତ ଫାଇଦା ମିଳୁଛି। ଖାସ୍ କଥା ହେଉଛି ଏହା ଯେ ଏହି ନୂଆ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ କମ୍ପାନୀ ୫ଜିବି ଡାଟା ପ୍ରଦାନ କରୁଛି।

ଆପଣଙ୍କୁ ୫ଜିବି ଡାଟା ସହିତ ୧୦ଏମବିପିଏସର ସ୍ପିଡ୍ ମିଳୁଛି। ନୂଆ ପ୍ଲାନ୍ ସହ ଗ୍ରାହକଙ୍କୁ ଫ୍ରି ଇ-ମେଲ୍ ଆଇଡି ସହ ୧ଜିବି ସ୍ପେସ୍ ମଧ୍ୟ ମିଳିବ। ଏହି ପ୍ଲାନରେ ଗ୍ରାହକମାନେ ଅନଲିମିଟେଡ୍ ଫ୍ରି ଲୋକାଲ୍ ଏବଂ ନ୍ୟାସନାଲ୍ କଲିଂର ମଧ୍ୟ ସୁବିଧା ଉଠାଇ ପାରିବେ। ନୂଆ ପ୍ଲାନ୍ ପାଇଁ ଆପଣଙ୍କୁ ୬୭୫ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହି ସୁବିଧା କେବଳ ଆଣ୍ଡାମାନ ଏବଂ ନିକୋବରରେ ନାହିଁ।

ବିଏସଏନଏଲର ଏହି ପ୍ଲାନରେ ପ୍ରତିଦିନ ଡାଟା ଲିମିଟ୍ ସରିବା ପରେ ଗ୍ରାହକ ଅନଲିମିଟେଡ୍ ଡାଟା ବ୍ୟବହାର କରି ପାରିବେ। ଏହା ସହିତ ବିଏସଏନଏଲ୍ ଏହି  ପ୍ଲାନର ବାର୍ଷିକ ଖର୍ଚ୍ଚରେ ଡିସକାଉଣ୍ଟ୍ ମଧ୍ୟ ଦେଉଛି। ମାସକୁ ୬୭୫ଟଙ୍କା ହେଲେ ଆପଣଙ୍କୁ ବର୍ଷକୁ ୬,୭୫୦ଟଙ୍କା ଦେବାକୁ ପଡ଼ିବ।   

   Related Posts