Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସରିଯିବ ବିଏସଏନଏଲର ସ୍ୱଳ୍ପ ଅବଧି ଯୋଜନା, ଜାଣନ୍ତୁ କଣ ମିଳୁଛି ସୁବିଧା

21/09/2019 at 9:12 PM

ନୂଆଦିଲ୍ଲୀ୨୧|୯: ସରକାରୀ ଦୂରସଞ୍ଚାର କମ୍ପାନୀ ବିଏସଏନଏଲ(BSNL) ନିଜ ଗ୍ରାହକଙ୍କ ଲାଗି  ନୂଆ ଅଫର ଆଣିଛନ୍ତି । ଏସଟିଭି ୮୯୯(STV899) ପ୍ରିପେଡ୍‌ ପ୍ଲାନକୁ ଏବେ ଦେଉଛନ୍ତି ୭୯୯ ଟଙ୍କାରେ। କେବଳ ମୂଲ୍ୟ ହ୍ରାସ ନୁହେଁ ଏଥିରୁ ଗ୍ରାହକଙ୍କୁ ଅସୀମିତ ଲାଭବି ମିଳିବ। ଆସନ୍ତୁ ଜାଣିବା ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଥିବା ଏହି ସ୍କିମର ବିସ୍ତୃତ ବିବରଣୀ ।

BSNLଙ୍କ ଏହି ସୁବିଧା କେବଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଗ୍ରାହକଙ୍କ ଲାଗି। ଏହି ପ୍ଲାନରେ ୟୁଜର୍ସ ଅଲିମିଟେଡ୍‌ କଲ  ସାଙ୍ଗକୁ ୫୦ ଏସଏମଏସ ଓ ରୋମିଂ ସୁବିଧା ବି ପାଇପାରିବେ। ଏହାଛଡା  ୟୁଜର୍ସଙ୍କୁ ପ୍ରତିଦିନ ୧.୫ ଜିବି ଡାଟାବି ମାଗଣା ମିଳିବ। ଏହା ପ୍ଲାନର ବୈଧତା ୧୮୦ ଦିନ ପର୍ଯ୍ୟନ୍ତ ରହିବ। ତେବେ ସେପ୍ଟେମ୍ବର ୨୩ ତାରିଖ ପରେ ପୁଣି ପ୍ଲାନ ପୂର୍ବ ମୂଲ୍ୟ ୮୯୯ ଟଙ୍କାକୁ ଫେରିଯିବ।

ସୂଚନାଯୋଗ୍ୟ ଯେ, ୨୩୬ ଓ ୯୬ ଟଙ୍କାର ଦୁଇଟି ନୂଆ ପ୍ଲାନ ବିଏସଏନଏଲ ଲଞ୍ଚ କରିଥିଲେ। ଏହି ଦୁଇଟି ପ୍ଲାନରେ ଉପଭୋକ୍ତାଙ୍କୁ ପ୍ରତିଦିନ ୧୦ ଜିବି ଡାଟା ମିଳୁଥିଲା । ୨୩୬ ଟଙ୍କା ରିଚାର୍ଜରେ ୮୪ ଦିନ ଓ ୯୬ ଟଙ୍କାରେ ୨୮ ଦିନ ପର୍ଯ୍ୟନ୍ତ ଏହି ପ୍ଲାନର ବୈଧତା ରହିଥିଲା। କିନ୍ତୁ ଦୁଇଟି ପ୍ଲାନରେ ଏବେ ଉପଭୋକ୍ତା ପାଇଁ ଅନ ଲିମିଟେଡ୍ କଲର ଆଉ ସୁବିଧା ମିଳିବ ନାହିଁ।

   Related Posts