Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିଏସଏନଏଲ୍ ଅପଗ୍ରେଡ୍ କଲା ନିଜ ପ୍ଲାନ୍ : ମିଳିବ ୫୬୧.୧ ଜିବି ଡାଟା ଏବଂ ଅନଲିମିଟେଡ କଲର ସୁବିଧା

17/12/2018 at 2:48 PM

ନୂଆଦିଲ୍ଲୀ ୧୭/୧୨: ପ୍ରଯୁକ୍ତି କାରବାରରେ ଡାଟା ବ୍ୟବହାରକାରୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦରଦାମ୍ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ସଂସ୍ଥା ବିଏସଏନଏଲ୍ ମଧ୍ୟ ଏହି ପ୍ରତିଯୋଗିତାରେ ସାମିଲ ହୋଇ ବାରମ୍ବାର ନିଜ ପ୍ୟାକକୁ ଅପଗ୍ରେଡ କରୁଛି। ଏହା ପୂର୍ବରୁ ସେପ୍ଟେମ୍ବରରେ ବିଏସଏନଏଲ କମ୍ପାନୀ ‘ବମ୍ପର ଅଫର’ ଲଞ୍ଚ କରିଥିଲା ଯେଉଁଥିରେ ପ୍ରତିଦିନ ୨.୨ଜିବି ଡାଟା ମିଳୁଥିଲା। ବର୍ତ୍ତମାନ ବିଏସଏନଏଲର ୯୯୯ଟଙ୍କାର ଏହି ବମ୍ପର ଅଫରକୁ ଅପଗ୍ରେଡ୍ କରାଯାଇଛି ଏବଂ ଏହି ପ୍ଲାନର ମୂଲ୍ୟ ୯୯୯ଟଙ୍କା ଏବଂ ଏହାର ବୈଧତା ୧୮୧ଦିନ ଅର୍ଥାତ୍ ୬ମାସ। ଗ୍ରାହକଙ୍କୁ ଏବେ ଏହି ପ୍ୟାକରେ ୩.୧ଜିବି ୨ଜି/୩ଜି ଡାଟା ପ୍ରତିଦିନ ମିଳିବ ଅର୍ଥାତ୍ ମୋଟ ୫୬୧.୧ଜିବି ଡାଟା ବ୍ୟବହାର କରିବାକୁ ମିଳିବ। ପ୍ରତିଦିନ ଲିମିଟ ସରିବା ପରେ ବ୍ୟବହାରକାରୀ ୪୦କେବିପିଏସ୍ ସ୍ପିଡରେ ଅନଲିମିଟେଡ ଡାଉନଲୋଡର ମଜା ନେଇ ପାରିବେ।

ଏହା ବ୍ୟତୀତ ବିଏସଏନଏଲର ଏହି ପ୍ୟାକରେ ଅନଲିମିଟେଡ ଲୋକାଲ୍ ଏବଂ ଏସଟିଡି ଭଏସ୍ କଲ୍ ମଧ୍ୟ ମିଳିବ। କଲ୍ ନିମନ୍ତେ କୈାଣସି ଏଫୟୁପି ଲିମିଟ ନାହିଁ। ସାରା ଦେଶରେ କୈାଣସି ନେଟଓ୍ବାର୍କରେ ଫ୍ରି କଲ୍ କରାଯାଇପାରିବ କିନ୍ତୁ ଏହି ସୁବିଧା ଦିଲ୍ଲୀ ଏବଂ ମୁମ୍ବାଇର ନମ୍ବରରେ ହୋଇପାରିବ ନାହିଁ। ବ୍ୟବହାରକାରୀଙ୍କୁ ଏହି ସ୍ଥାନରେ କଲ୍ କରିବାକୁ ୬୦ପଇସା ପ୍ରତି ମିନିଟକୁ ଦେବାକୁ ପଡ଼ିବ। ଏହି ପ୍ଲାନ୍ କେରଳକୁ ଛାଡ଼ି ବାକି ସମସ୍ତ ସ୍ଥାନରେ ଉପଲବ୍ଧ ।

ବିଏସଏନଏଲ୍ ନିକଟରେ ୧୬୯୯ଟଙ୍କା ଏବଂ ୨୦୯୯ଟଙ୍କାର ଦୀର୍ଘ ସମୟ ପ୍ଲାନକୁ ଲଞ୍ଚ କରିଛି। ଏହି ପ୍ଲାନରେ ୨.୧ଜିବି ଡାଟା ପ୍ରତିଦିନ ମିଳୁଛି। ଏହି ଦୁଇ ପ୍ଲାନର ବୈଧତା ୩୬୫ଦିନ।

 

   Related Posts