କଟକ ବିଏସ୍ଏନ୍ଏଲ୍ ମୁଖ୍ୟ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ପରେ ୪ଟି ଜିଲ୍ଲାରେ ଟେଲିଫୋନ ସେବା ଠପ୍, ନିଆଁରେ କର୍ମଚାରୀଙ୍କ ସହ ୩ଜଣ ଗଣମାଧ୍ୟମ କର୍ମଚାରୀ ଆହତ

Published By : Prameya-News7 Bureau | September 20, 2019 IST

କଟକ ୨୦|୯; କଟକ ବଜ୍ରକବାଟି ରୋଡରେ ଥିବା ବିଏସ୍ଏନ୍ଏଲ୍ ମୁଖ୍ୟ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ପରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁରର ବିଏସଏନଏଲ ଟେଲିଫୋନ ସେବା ଠପ ହୋଇଯାଇଛି । ନିଆଁ ଲାଗି ପୂରା କାର୍ଯ୍ୟାଳୟ ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡରେ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ ସହ ୩ଜଣ ଗଣମାଧ୍ୟମ କର୍ମଚାରୀ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡ ପରେ କଟକ ସହରରେ ବିଏସ୍ଏନ୍ଏଲ୍ ସେବା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି । ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ । …

{"id":160428}

ମଧ୍ୟାହ୍ନ ସାଢେ ୧୨ଟା । ବିଏସଏନଏଲ ଅଫିସରେ ଲାଗିଲା ନିଆଁ । କଟକ ବଜ୍ରକବାଟୀ ରୋଡରେ ଥିବା ବିଏସ୍ଏନ୍ଏଲ୍ ମୁଖ୍ୟ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତୃତୀୟ ମହଲାରେ ଥିବା ଓସିବି ଲୋକାଲ ଏକ୍ସଚେଞ୍ଜ ଚାମ୍ବରରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ଅନ୍ୟ ରୁମକୁ ବ୍ୟାପିଯାଇଥିଲା ।

{"id":160431}

ଅଗ୍ନିକାଣ୍ଡରେ ପ୍ରଥମ ଓ ଦ୍ବିତୀୟ ମହଲା ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।ନିଆଁ ଅପେକ୍ଷା ଧୁଆଁ ଅଧିକ ଥିବାରୁ ବିଲ୍ଡିଂ ଭିତରକୁ ପଶିବା ସମ୍ଭବ ନଥିଲା । ଫଳରେ ନିଆଁ ଲିଭା କାମରେ ବାଧା ସୃଷ୍ଟି ହୋଇଥିଲା । ଆଗ୍ନିକମାନେ ଅକ୍ସିଜେନ୍ ସିଲିଣ୍ଡର ଧରି ବିଲଡିଂ ଭିତରକୁ ପଶିଥିଲେ । ୯ଟି ଦମକଳ ଗାଡି ଓ ପାଖାପାଖି ୭୦ ଜଣ ଅଗ୍ନିଶମ କର୍ମଚାରୀ ଦୀର୍ଘ ୪ ଘଣ୍ଟାର ପ୍ରୟାସ କରିବା ପରେ ନିଆଁ ଆୟତ୍ତ ହୋଇଥିଲା ।

{"id":160429}

ଅଗ୍ନିକାଣ୍ଡ ଯୋଗୁ କଟକ ସହରରେ ବିଏସଏନଏଲ ସେବା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି । ବିଏସଏନଏଲ ଲ୍ୟାଣ୍ଡ ଲାଇନ, ମୋବାଇଲ ସହ ବ୍ରଡବ୍ୟାଣ୍ଡ ଓ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ ।

{"id":160430}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.