ବିଏସଏନଏଲର ଆସିଲା ୧୮୦ ଦିନିଆ ଭାଲିଡିଟିର ପ୍ରିପେଡ ପ୍ଲାନ, ଜାଣନ୍ତୁ କଣ ରହିଛି ଖାସ

Published By : Prameya-News7 Bureau | April 23, 2019 IST

ନୂଆଦିଲ୍ଲୀ  ୨୩।୪ : ସରକାରୀ କ୍ଷତ୍ରର ଟେଲିକମ କମ୍ପାନୀ ବିଏସ୍ଏନଏଲ ମୋବାଇଲ ଫୋନ ଉପଭୋକ୍ତାଙ୍କ ପାଇଁ ଆଣିଛି ନୂଆ ଯୋଜନା । ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ପ୍ଲାନ ଭଲିଡିଟିକୁ ଏକ୍ସଟେଣ୍ଡ କରିପାରିବେ। ବିଏସ୍ଏନଏଲର ଏହି ପ୍ଲାନ ୫୯୯ ଟଙ୍କାର ପ୍ରିପେଡ ପ୍ଲାନ । ବିଏସ୍ଏନଏଲର ଯେକୌଣସି ପ୍ରିପେଡ ପ୍ଲାନକୁ ୫୯୯ ଟଙ୍କାରେ ରିଚାର୍ଜ କରି ସେମାନଙ୍କର ଭେଲିଡିଟିକୁ ୧୮୦ ଦିନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିପାରିବେ। ଅର୍ଥାତ ଏହି ଯୋଜନାରେ ଗ୍ରାହକ ସେମାନଙ୍କ ପ୍ରିପେଡ ପ୍ଲାନର ଏକ୍ସପେୟାର ତିଥିକୁ ଅଧିକ ୬ମାସ ପର୍ଯ୍ୟନ୍ତ ବଢାଇ ପାରିବେ।

{"id":106601,"width":583,"height":363}

କେବଳ ସେତିକି ନୁହେଁ ଏହି ନୂଆ ପ୍ରିପେଡ ପ୍ଲାନରେ ଉପଭୋକ୍ତାଙ୍କୁ ଫ୍ରି ଲୋକାଲ, ଏସଟିଡି ଓ ରୋମିଂ ସୁବିଧା ମିଳିପାରିବ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ ଓ ମୁମ୍ବାଇ ମଣ୍ଡଳରେ ଗ୍ରାହକଙ୍କୁ ଏହି ମାଗଣା କଲ ସୁବିଧା ପାଇ ପାରିବେ ନାହିଁ । ହେଲେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସର୍କଲର ଗ୍ରାହକଙ୍କୁ ଏବେ ଏହି ସୁବିଧା ମିଳି ପାରୁଛି। କେବଳ ପ୍ରିପେଡ କ୍ଷେତ୍ରରେ ନୁହେଁ ବିଏସଏନଏଲ ବ୍ରଡବ୍ରାଣ୍ଡରେ ମଧ୍ୟ ଅନେକ ପରିବର୍ତ୍ତନ କରିବାକୁ ଯାଉଛି।

{"id":106602,"width":573,"height":381}

ନିକଟରେ ବିଏସଏନଏଲ ତାର ଆନୁଆଲ ବ୍ରଡବ୍ୟାଣ୍ଡ ପ୍ଲାନରେ ୨୫ ପ୍ରତିଶତ କ୍ୟାସବ୍ୟାକ୍ ଅଫର ଆଣିଥିଲା । ଏହାଛଡା ନିକଟରେ ୩୪୯  ପ୍ରିପେଡ ପ୍ଲାନର ଭାଲିଡିଟି ମଧ୍ୟ ସମ୍ପ୍ରସାରଣ କରିଥିଲା ବିଏସଏନଏଲ। ଏହି ପ୍ଲାନରେ ପ୍ରଥମେ ଭେଲିଡିଟି ୫୪ ଦିନ ପର୍ଯ୍ୟନ୍ତ ଥିଲା । ତେବେ ପ୍ଲାନ୬୪ ଦିନ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବା ସହ ଡାଟା ପ୍ଲାନ ମଧ୍ୟ ପରିବର୍ତ୍ତନ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.